ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ୨୦୨୪ ପାଇଁ କର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ

ଜମନକିରା : ଆଜି ଗୁରୁବାର ଦିନ ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତତ କାଳୀନ ବାମଣ୍ଡା ରାଜ୍ୟର ସର୍ବ ପୁରାତନ ଶୈବ ପୀଠ ଶଗଡେଶ୍ୱର ବାବାଙ୍କ ଦଶମ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ପାଇଁ ନୃପଲାଲ ପଲେଇଙ୍କ ସଭାପତିତ୍ୱରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ବହୁ ସଂଖ୍ୟକ ସ୍ଥାନୀୟ ଭକ୍ତ ବୃନ୍ଦ ତଥା ଯାତ୍ରା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ […] The post ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ୨୦୨୪ ପାଇଁ କର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ appeared first on Odisha.News.

ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ୨୦୨୪ ପାଇଁ କର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ

ଜମନକିରା : ଆଜି ଗୁରୁବାର ଦିନ ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତତ କାଳୀନ ବାମଣ୍ଡା ରାଜ୍ୟର ସର୍ବ ପୁରାତନ ଶୈବ ପୀଠ ଶଗଡେଶ୍ୱର ବାବାଙ୍କ ଦଶମ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ପାଇଁ ନୃପଲାଲ ପଲେଇଙ୍କ ସଭାପତିତ୍ୱରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ବହୁ ସଂଖ୍ୟକ ସ୍ଥାନୀୟ ଭକ୍ତ ବୃନ୍ଦ ତଥା ଯାତ୍ରା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ସର୍ବ ସହମତି କ୍ରମେ ମାତା ପାର୍ବତୀଙ୍କ ପିତା ମାତା ଭାବରେ ରଞ୍ଜିତ ପଟେଲ ଓ ତାଙ୍କ ଧର୍ମପତ୍ନୀ ସବିତା ପଟେଲ, କୁଚିଣ୍ଡା ( ମୂଳ ନିବାସୀ ରେଙ୍ଗଲୋଇ) ଏବଂ ବାବା ଭୋଲେନାଥଙ୍କ ପିତା ମାତା ଭାବରେ ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ ଓ ତାଙ୍କ ଧର୍ମ ପତ୍ନୀ ଜ୍ୟୋତି ମଞ୍ଜରୀ ଧୂରୁଆ, ଡିମିରୀମୁଣ୍ଡ ଉଭୟଙ୍କୁ କର୍ତ୍ତା ଭାବରେ ଚୟନ ଓ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ଯାତ୍ରା ଆୟୋଜନରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଶଗଡେଶ୍ୱର ମନ୍ଦିରକୁ କୈଳାଶ ଓ ସେହି ମନ୍ଦିର ପରିସରରେ ଥିବା ମା ଭୈରବୀ ମନ୍ଦିରକୁ ହିମାଳୟ ଭାବରେ ପରିକଳ୍ପନା କରାଯାଇ ଏହି ମନ୍ଦିର ପରିସରରେ ଶିବପାର୍ବତୀ ବିବାହ କାର୍ଯ୍ୟକ୍ରମକୁ ସମ୍ପନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଯାତ୍ରା ସଂଯୋଜକ ମଳୟ ବେହେରା ଏବର୍ଷ ଜୁନ ୧୦ ଓ ୧୧ ଦୁଇଦିନ ଧରି ପାଳିତ ହେବାକୁ ଥିବା ଯାତ୍ରା ଓ ମହୋତ୍ସବ କୁ ଭବ୍ୟ ଓ ଜାକଜମକରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ମନ୍ଦିର ପରିଚାଳନା ସଭାପତି ରୁଦ୍ରନାରାୟଣ ବେହେରା, ସଂପାଦକ ସୁମନ୍ତ ବେହେରା କୋଷାଧ୍ୟକ୍ଷ ରତନଲାଲ ସିଂ, ଚିତ୍ତରଞ୍ଜନ ଶର୍ମା, ଶଶି ଭୂଷଣ ବଢେଇ, ସଞ୍ଜୟ ମହାକୁଳ, ଟିକେଶ୍ୱର ମହାକୁଳ, ନରେନ୍ଦ୍ର ପଲେଇ, ସୁଗତ ପଟେଲ, ବିକାଶ ମହାକୁଳ, ମିତ୍ରଭାନୁ ରାୟ, ସୁରଥ ନାଏକ, ବାବୁନି ମହାନ୍ତି, ତରଣୀ ଶର୍ମା, ରାଜୀବ ଶର୍ମା, ପପୁ ଅଗ୍ରୱାଲ, କରୁଣାକର କିସାନ, ସଂଗ୍ରାମ ପଲେଇ, ସୁରେନ୍ଦ୍ର ପାତ୍ର, ବିସାମ୍ବର ସିଂ, ଲିପୁ ବେହେରା, ଆକାଶ ମହାକୁଳ, ପୂଜକ ନିତ୍ୟାନନ୍ଦ ମିଶ୍ର ଓ ଅଞ୍ଚଳର ଭକ୍ତ ତଥା ଶ୍ରଦ୍ଧାଲୁ କର୍ମକର୍ତ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

The post ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ୨୦୨୪ ପାଇଁ କର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ appeared first on Odisha.News.