ମାଲିକଙ୍କ ନୃସଂଶ କାଣ୍ଡ: ଗାଈଜଗାଳିଙ୍କ ତଣ୍ଟିକୁ ଗାମୁଛାରେ ଚିପି ମାରିଦେଲେ

ପାଟଣା,୨୭।୫(ବୀରକିଶୋର ଦାଶ): ମାଲିକ ପ୍ରଥମେ ଗାମୁଛାରେ ତଣ୍ଟିକୁ ଚିପିଦେଲେ ପରେ ଠେଲି ଦେବାରୁ ତଳେପଡି ଚାଲିଗଲା ଗାଈଜଗାଳିଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପୋଷି ଗ୍ରାମରେ। ଘଟଣାସ୍ଥଳରେହିଁ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଚିନାମାଳିପୋଷି ମୁଣ୍ଡା ସାହିର ଭସଲ ମୁଣ୍ଡାଙ୍କ ପୁଅ ଟୁନା। ସୂଚନାଅନୁଯାୟୀ, ଟୁନା ଗ୍ରାମର ସଞ୍ଜୟ ମହାନ୍ତଙ୍କ ଘରେ ଗାଈଜଗାଳି ଭାବେ କାର୍ଯ୍ୟ କରୁଥିଲେ। ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସଞ୍ଜୟ ଟୁନାଙ୍କ […] The post ମାଲିକଙ୍କ ନୃସଂଶ କାଣ୍ଡ: ଗାଈଜଗାଳିଙ୍କ ତଣ୍ଟିକୁ ଗାମୁଛାରେ ଚିପି ମାରିଦେଲେ appeared first on Dharitri Odia News.

ମାଲିକଙ୍କ ନୃସଂଶ କାଣ୍ଡ: ଗାଈଜଗାଳିଙ୍କ ତଣ୍ଟିକୁ ଗାମୁଛାରେ ଚିପି ମାରିଦେଲେ

ପାଟଣା,୨୭।୫(ବୀରକିଶୋର ଦାଶ): ମାଲିକ ପ୍ରଥମେ ଗାମୁଛାରେ ତଣ୍ଟିକୁ ଚିପିଦେଲେ ପରେ ଠେଲି ଦେବାରୁ ତଳେପଡି ଚାଲିଗଲା ଗାଈଜଗାଳିଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପୋଷି ଗ୍ରାମରେ। ଘଟଣାସ୍ଥଳରେହିଁ ଜଗୁଆଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଚିନାମାଳିପୋଷି ମୁଣ୍ଡା ସାହିର ଭସଲ ମୁଣ୍ଡାଙ୍କ ପୁଅ ଟୁନା।
ସୂଚନାଅନୁଯାୟୀ, ଟୁନା ଗ୍ରାମର ସଞ୍ଜୟ ମହାନ୍ତଙ୍କ ଘରେ ଗାଈଜଗାଳି ଭାବେ କାର୍ଯ୍ୟ କରୁଥିଲେ। ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସଞ୍ଜୟ ଟୁନାଙ୍କ ତଣ୍ଟିକୁ ପ୍ରଥମେ ଗାମୁଛାରେ ଚିପିଦେଇଥିଲେ। ପରେ ଠେଲି ହେବାରୁ ସେ ରାସ୍ତାରେ ପଡ଼ି ଯାଇଥିଲେ। ଖବରପାଇ ଘଟାଗାଁ ପୋଲିସ ପହଞ୍ଚି ସଞ୍ଜୟଙ୍କୁ ଅଟକ ରଖି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି।

The post ମାଲିକଙ୍କ ନୃସଂଶ କାଣ୍ଡ: ଗାଈଜଗାଳିଙ୍କ ତଣ୍ଟିକୁ ଗାମୁଛାରେ ଚିପି ମାରିଦେଲେ appeared first on Dharitri Odia News.