ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି
ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ନମକାନା ଗ୍ରାମର ଅଜୟ ବାରିକ(୩୮)। ପାଠପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ […] The post ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି appeared first on Dharitri Odia News.
ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ନମକାନା ଗ୍ରାମର ଅଜୟ ବାରିକ(୩୮)। ପାଠପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ବି ନାରୀ ଅସୁରକ୍ଷିତ। ତେଣୁ ଆଜିର ସମାଜରେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଲୋକଙ୍କ ମନରେ ଘୃଣା ଭାବ ଜାଗ୍ରତ ହେଉଛି। ମହିଳାମାନଙ୍କ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ଜଣେ ମହିଳା ହିଁ ବୁଝିପାରିବ। ତେଣୁ ପୁଅରୁ ଝିଅ ହୋଇ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି। ନିଜ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨ ଡିସେମ୍ବରରେ ଦିଲ୍ଲୀସ୍ଥିତ ଓଲମେକ ହସପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର କରାଇଥିଲେ ଅଜୟ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମ୍ଙ୍କ ଦ୍ବାରା ଅନେକ ପ୍ରକାର ସର୍ଜରୀ କରାଯିବା ସହ ପ୍ରାୟ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇଥିଲେ। ସେବେଠାରୁ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତୀକରଣ ଏବଂ ସମାଜରେ ଅବହେଳିତ, ନିଷ୍ପେସିତ ନାରୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରୁଛନ୍ତି। ନିକଟରେ ଗଁାକୁ ଆସିବା ପରେ ଅଜୟ ଲିଙ୍ଗ ପରିବର୍ତ୍ତନ କରିଥିବା ସମ୍ପର୍କରେ ଜଣାପଡ଼ିଛି।
The post ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି appeared first on Dharitri Odia News.