ହୁତୁହୁତୁ ହୋଇ ଜଳିଗଲା ଜେସିବି ମେଶିନ

କେନ୍ଦୁଝର,୬।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡ଼ିଆଠାରେ ଥିବା ଏକ ଗଛ ମୂଳରେ ଛିଡା ହୋଇଥିବା ଏକ ଜେସିବି ମେଶିନ ଓ ଟ୍ରାକ୍ଟରରେ ହଠାତ ନିଆଁ ଲାଗି ଜେସିବି ହୁତୁହୁତୁ ହୋଇ ଜଳିଯାଇଛି। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଜେସିବି ମେଶିନଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ ସେଠାରେ ଅଳିଆ ଗଦାରେ ନିଆଁ ଲାଗିବାରୁ ଝୁଲ ଉଡି ପ୍ରଥମେ ଜେସିବି ପରେ ଟ୍ରାକ୍ଟରରେ ନିଆଁ ଲାଗିଥିବା […] The post ହୁତୁହୁତୁ ହୋଇ ଜଳିଗଲା ଜେସିବି ମେଶିନ appeared first on Dharitri Odia News.

ହୁତୁହୁତୁ ହୋଇ ଜଳିଗଲା ଜେସିବି ମେଶିନ

କେନ୍ଦୁଝର,୬।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡ଼ିଆଠାରେ ଥିବା ଏକ ଗଛ ମୂଳରେ ଛିଡା ହୋଇଥିବା ଏକ ଜେସିବି ମେଶିନ ଓ ଟ୍ରାକ୍ଟରରେ ହଠାତ ନିଆଁ ଲାଗି ଜେସିବି ହୁତୁହୁତୁ ହୋଇ ଜଳିଯାଇଛି। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଜେସିବି ମେଶିନଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ ସେଠାରେ ଅଳିଆ ଗଦାରେ ନିଆଁ ଲାଗିବାରୁ ଝୁଲ ଉଡି ପ୍ରଥମେ ଜେସିବି ପରେ ଟ୍ରାକ୍ଟରରେ ନିଆଁ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି।

The post ହୁତୁହୁତୁ ହୋଇ ଜଳିଗଲା ଜେସିବି ମେଶିନ appeared first on Dharitri Odia News.