ବିହାର ବିଧାନସଭାରେ ଫେବୃଆରୀ ୧୦ରେ ଫ୍ଲୋର ଟେଷ୍ଟ, ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଦେବାକୁ ପଡ଼ିବ ବହୁମତ ପ୍ରମାଣ
ପାଟନା: ନୀତୀଶ କୁମାର ବିହାରର ୯ମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଜାନୁଆରୀ ୨୮ରେ ବିଜେପି ଓ ହମ୍ ସହ ମିଶି ନୂତନ କ୍ୟାବିନେଟ୍ ଗଠନ କରିଛନ୍ତି। ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ଏଥିପାଇଁ ଫେବୃଆରୀ ୧୦ ତାରିଖ ନିର୍ଦ୍ଧାରିତ କରାଯାଇଛି। ଏହି ଦିନ ବିଧାନସଭାରେ ନୀତୀଶଙ୍କୁ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପଡ଼ିବ। Also read- ଚାକିରି ବଦଳରେ ଜମି ମାମଲା: ୮ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ତେଜସ୍ୱୀ ନୀତୀଶ ଜାନୁଆରୀ ୨୮ରେ ୮ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ବିହାର ବିଧାନସଭାରେ ଜନତା ଦଳ ୟୁନାଇଟେଡ୍ ଏନଡିଏ ମେଣ୍ଟରେ ସାମିଲ୍ ହେବା ପରେ କ୍ଷମତାସୀନ ପାର୍ଟି ପକ୍ଷରେ ୧୨୮ ବିଧାୟକ ରହିଛନ୍ତି। ୨୦୨୨ରେ ଏନଡିଏଠୁ ଅଲଗା ହୋଇ ନୀତୀଶ କୁମାର ଆରଜେଡି, କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ। ୭୮ ବିଧାୟକ ସହିତ ବିଧାନସଭାରେ ବିଜେପି ଦ୍ଵିତୀୟ ସବୁଠୁ ବଡ଼ ପାର୍ଟି। ଜେଡିୟୁ ପାଖରେ ବର୍ତ୍ତମାନ ୪୫ ବିଧାୟକ ଓ ହିନ୍ଦୁସ୍ଥାନ ଅବାମ ପାଖରେ ୪ ବିଧାୟକ ରହିଛନ୍ତି। ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡି ପାଖରେ ୭୯ ବିଧାୟକ ରହିଛନ୍ତି। କଂଗ୍ରେସ ହାତରେ ୧୯, ସିପିଆଇ ଓ ସିପିଆଇ ଏମ ପାଖରେ ୧୬ ବିଧାୟକ ରହିଛନ୍ତି। ଅର୍ଥାତ ମହାମେଣ୍ଟ ପାଖରେ ମୋଟ୍ ୧୧୪ ବିଧାୟକ ରହିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ନୀତୀଶ କୁମାରଙ୍କ ଜେଡିୟ
ପାଟନା: ନୀତୀଶ କୁମାର ବିହାରର ୯ମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଜାନୁଆରୀ ୨୮ରେ ବିଜେପି ଓ ହମ୍ ସହ ମିଶି ନୂତନ କ୍ୟାବିନେଟ୍ ଗଠନ କରିଛନ୍ତି। ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ଏଥିପାଇଁ ଫେବୃଆରୀ ୧୦ ତାରିଖ ନିର୍ଦ୍ଧାରିତ କରାଯାଇଛି। ଏହି ଦିନ ବିଧାନସଭାରେ ନୀତୀଶଙ୍କୁ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ପଡ଼ିବ।
Also read- ଚାକିରି ବଦଳରେ ଜମି ମାମଲା: ୮ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ତେଜସ୍ୱୀ
ନୀତୀଶ ଜାନୁଆରୀ ୨୮ରେ ୮ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ। ବିହାର ବିଧାନସଭାରେ ଜନତା ଦଳ ୟୁନାଇଟେଡ୍ ଏନଡିଏ ମେଣ୍ଟରେ ସାମିଲ୍ ହେବା ପରେ କ୍ଷମତାସୀନ ପାର୍ଟି ପକ୍ଷରେ ୧୨୮ ବିଧାୟକ ରହିଛନ୍ତି। ୨୦୨୨ରେ ଏନଡିଏଠୁ ଅଲଗା ହୋଇ ନୀତୀଶ କୁମାର ଆରଜେଡି, କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ। ୭୮ ବିଧାୟକ ସହିତ ବିଧାନସଭାରେ ବିଜେପି ଦ୍ଵିତୀୟ ସବୁଠୁ ବଡ଼ ପାର୍ଟି। ଜେଡିୟୁ ପାଖରେ ବର୍ତ୍ତମାନ ୪୫ ବିଧାୟକ ଓ ହିନ୍ଦୁସ୍ଥାନ ଅବାମ ପାଖରେ ୪ ବିଧାୟକ ରହିଛନ୍ତି।
୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡି ପାଖରେ ୭୯ ବିଧାୟକ ରହିଛନ୍ତି। କଂଗ୍ରେସ ହାତରେ ୧୯, ସିପିଆଇ ଓ ସିପିଆଇ ଏମ ପାଖରେ ୧୬ ବିଧାୟକ ରହିଛନ୍ତି। ଅର୍ଥାତ ମହାମେଣ୍ଟ ପାଖରେ ମୋଟ୍ ୧୧୪ ବିଧାୟକ ରହିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ନୀତୀଶ କୁମାରଙ୍କ ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ଏନଡିଏସ ସହ ମିଶିଥିଲା। ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ
The post ବିହାର ବିଧାନସଭାରେ ଫେବୃଆରୀ ୧୦ରେ ଫ୍ଲୋର ଟେଷ୍ଟ, ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଦେବାକୁ ପଡ଼ିବ ବହୁମତ ପ୍ରମାଣ appeared first on Prameya News7.