ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଯବାନଙ୍କ ଗୁଳିରେ ଟଳିଲେ ୧୩ ମାଓବାଦୀ

ମାଲକାନଗିରି ୦୩/୦୪: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଯବାନଙ୍କ ଗୁଳିରେ ତିନି ଜଣ ମହିଳା ମାଓ ନେତ୍ରୀଙ୍କ ସହ ୧୩ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଯାହା ମଧ୍ୟରେ ରହିଛି ଏଲ.ଏମ.ଜି, ରକେଟ ଲଞ୍ଚର ସହ ଏକେ-୪୭ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ମଙ୍ଗଳବାର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ କୋରଚଲି ଓ ଲନ୍ଦ୍ରା ଜଙ୍ଗଲରେ ମାଓବାଦୀ ମାନେ ଠୁଳ ହୋଇ ଆଗାମୀ ନିର୍ବାଚକୁ ଭଣ୍ଡୁର କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ବିଜାପୁର ଏସପିଙ୍କ ନେତୃତ୍ୱରେ ଡିଆଇଜି, ବସ୍ତର ଫାଇଟର ସହ କୋବ୍ରା ଓ ସିଆରପିଏଫ ବାହିନୀର ଜବାନ ମାନେ ମିଳିତ ଭାବେ କୁମିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ଜବାନ ମାନେ ମଧ୍ୟ ଏହାର ପାଲଟା ଆକ୍ରମଣ କରିଥିଲେ । ଉଭୟ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆଠ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା ।ଯବାନଙ୍କ ଗୁଳିର ସାମନା କରିନପାରି ପଛଘୁଞ୍ଚା ଦେଇଥିଲେ ମାଓବାଦୀ । ପରେ ରାତିରୁ ସକାଳ ପର୍ଯ୍ୟନ୍ତ ଯବାନ ମାନେ ସର୍ଚ୍ଚ ଅପରେସନ କରି ଘଟଣା ସ୍ଥଳରୁ ୧୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଯାହ

ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଯବାନଙ୍କ ଗୁଳିରେ ଟଳିଲେ ୧୩ ମାଓବାଦୀ

ମାଲକାନଗିରି ୦୩/୦୪: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ । ଯବାନଙ୍କ ଗୁଳିରେ ତିନି ଜଣ ମହିଳା ମାଓ ନେତ୍ରୀଙ୍କ ସହ ୧୩ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । 

ଯାହା ମଧ୍ୟରେ ରହିଛି ଏଲ.ଏମ.ଜି, ରକେଟ ଲଞ୍ଚର ସହ ଏକେ-୪୭ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ମଙ୍ଗଳବାର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ କୋରଚଲି ଓ ଲନ୍ଦ୍ରା ଜଙ୍ଗଲରେ ମାଓବାଦୀ ମାନେ ଠୁଳ ହୋଇ ଆଗାମୀ ନିର୍ବାଚକୁ ଭଣ୍ଡୁର କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । 

ବିଜାପୁର ଏସପିଙ୍କ ନେତୃତ୍ୱରେ ଡିଆଇଜି, ବସ୍ତର ଫାଇଟର ସହ କୋବ୍ରା ଓ ସିଆରପିଏଫ ବାହିନୀର ଜବାନ ମାନେ ମିଳିତ ଭାବେ କୁମିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ଜବାନ ମାନେ ମଧ୍ୟ ଏହାର ପାଲଟା ଆକ୍ରମଣ କରିଥିଲେ । ଉଭୟ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆଠ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା ।

ଯବାନଙ୍କ ଗୁଳିର ସାମନା କରିନପାରି ପଛଘୁଞ୍ଚା ଦେଇଥିଲେ ମାଓବାଦୀ । ପରେ ରାତିରୁ ସକାଳ ପର୍ଯ୍ୟନ୍ତ ଯବାନ ମାନେ ସର୍ଚ୍ଚ ଅପରେସନ କରି ଘଟଣା ସ୍ଥଳରୁ ୧୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ତିନି ଜଣ ମହିଳା ମାଓ ନେତ୍ରୀ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ।