ପହଲଗାମ୍ ଆତଙ୍କୀ ଆକ୍ରମଣ ; 'ଚନ୍ଦନବାଡ଼ି ଯୋଗୁଁ ଆମ ଜୀବନ ବଞ୍ଚିଗଲା'

ରାଉରକେଲା 02/05 : ପହଲଗାମରେ ଆତଙ୍କୀଙ୍କ ବର୍ବରତା...ନିଷ୍ଠୁର ଦାନବର କର୍ତ୍ତୃତ୍ୱ ଆଗରେ ନିରବୀ ଯାଇଛି 28 ନୀରିହ ଜୀବନ। ଯିଏ ବଞ୍ଚିଛି... ଅଙ୍ଗେନିଭେଇଥିବା ଆତଙ୍କିତ କାର୍ଯ୍ୟକଳାପ ଏବେବି ତାକୁ ଦୁଃସ୍ୱପ୍ନ ପରି ଲାଗୁଛି। କିନ୍ତୁ ସେହି କୋହଭରା ତଥା ଛାତିଥର ନର ସଂହାର ସାର ଦେଶ ଆଗରେ ରଖିଛି ଆତଙ୍କବାଦୀର ମୂଳପୋଛ କରିବାରେ ଚ୍ୟାଲେଞ୍ଜ୍। ଅନ୍ୟପଟେ ପହଲଗାମରୁ ସୁରକ୍ଷିତ ଫେରିଥିବା ପର୍ଯ୍ୟଟକ ନିଜ ଅନୁଭୂତି ବଖାଣିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ରାଉରକେଲାର ପ୍ରମୋଦ ନାଏକ...ଯାହା ଦେଖିଛନ୍ତି ...ଯାହା ଭୋଗିଛନ୍ତି, କେମିତି ସୁରକ୍ଷିତ ଫେରିଛନ୍ତି ଏବେବି ଶୁଣିଲେ ଥରିଉଠେ ଛାତି। ଆଉ ପୂରା ଶ୍ରେୟ ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ। କଶ୍ମୀର ପହଲ୍‌ଗାମ୍‌ରେ ଗତ ୨୨ତାରିଖର ଆତଙ୍କୀ ହମଲା। ମନରୁ ଲିଭିନି ସେଦିନର କୋହଭରା ଓ ଛାତିଥରା ଘଟଣା। 28 ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଥିବା ଲୋକେ ସେହି ଛାତିଥରା ଘଟଣାକୁ ବଖାଣିଛନ୍ତି। ସେମିତି  ପହଲଗାମ୍ ସୁରକ୍ଷିତ ଫେରିଥିବା ରାଉରକେଲାର ବାସୀନ୍ଦା ପ୍ରମୋଦ ନାଏକ କେମିତି ଡ୍ରାଇଭରଙ୍କ ନିଷ୍ପତ୍ତି ଓ ଚନ୍ଦନବାଡି ଯୋଗୁ ତାଙ୍କ ଜୀବନ ବଞ୍ଚିଯାଇଛି ସେ ଅନୁଭୂତି ବାଣ୍ଟିଛନ୍ତି।  ସେ କଗିଛନ୍ତି, ''ମୁଁ ଓ ମୋ ସ୍ତ୍ରୀ । ଆମେ 17 ଜଣ ମିଶି ପହଲଗାମ୍ ଯାଇଥିଲୁ। ପହଲଗାମର ହୋଟଲେରେ ୨୨ ତାରିଖ ଦିନ  ସକାଳେ  ପହଞ୍ଚିଥିଲୁ।  ଆଉ ନିଷ୍ପତି ନେ

ପହଲଗାମ୍ ଆତଙ୍କୀ ଆକ୍ରମଣ ; 'ଚନ୍ଦନବାଡ଼ି ଯୋଗୁଁ ଆମ ଜୀବନ ବଞ୍ଚିଗଲା'

ରାଉରକେଲା 02/05 : ପହଲଗାମରେ ଆତଙ୍କୀଙ୍କ ବର୍ବରତା...ନିଷ୍ଠୁର ଦାନବର କର୍ତ୍ତୃତ୍ୱ ଆଗରେ ନିରବୀ ଯାଇଛି 28 ନୀରିହ ଜୀବନ। ଯିଏ ବଞ୍ଚିଛି... ଅଙ୍ଗେନିଭେଇଥିବା ଆତଙ୍କିତ କାର୍ଯ୍ୟକଳାପ ଏବେବି ତାକୁ ଦୁଃସ୍ୱପ୍ନ ପରି ଲାଗୁଛି। କିନ୍ତୁ ସେହି କୋହଭରା ତଥା ଛାତିଥର ନର ସଂହାର ସାର ଦେଶ ଆଗରେ ରଖିଛି ଆତଙ୍କବାଦୀର ମୂଳପୋଛ କରିବାରେ ଚ୍ୟାଲେଞ୍ଜ୍। ଅନ୍ୟପଟେ ପହଲଗାମରୁ ସୁରକ୍ଷିତ ଫେରିଥିବା ପର୍ଯ୍ୟଟକ ନିଜ ଅନୁଭୂତି ବଖାଣିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ରାଉରକେଲାର ପ୍ରମୋଦ ନାଏକ...ଯାହା ଦେଖିଛନ୍ତି ...ଯାହା ଭୋଗିଛନ୍ତି, କେମିତି ସୁରକ୍ଷିତ ଫେରିଛନ୍ତି ଏବେବି ଶୁଣିଲେ ଥରିଉଠେ ଛାତି। ଆଉ ପୂରା ଶ୍ରେୟ ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ। 

କଶ୍ମୀର ପହଲ୍‌ଗାମ୍‌ରେ ଗତ ୨୨ତାରିଖର ଆତଙ୍କୀ ହମଲା। ମନରୁ ଲିଭିନି ସେଦିନର କୋହଭରା ଓ ଛାତିଥରା ଘଟଣା। 28 ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଥିବା ଲୋକେ ସେହି ଛାତିଥରା ଘଟଣାକୁ ବଖାଣିଛନ୍ତି। ସେମିତି  ପହଲଗାମ୍ ସୁରକ୍ଷିତ ଫେରିଥିବା ରାଉରକେଲାର ବାସୀନ୍ଦା ପ୍ରମୋଦ ନାଏକ କେମିତି ଡ୍ରାଇଭରଙ୍କ ନିଷ୍ପତ୍ତି ଓ ଚନ୍ଦନବାଡି ଯୋଗୁ ତାଙ୍କ ଜୀବନ ବଞ୍ଚିଯାଇଛି ସେ ଅନୁଭୂତି ବାଣ୍ଟିଛନ୍ତି।  

ସେ କଗିଛନ୍ତି, ''ମୁଁ ଓ ମୋ ସ୍ତ୍ରୀ । ଆମେ 17 ଜଣ ମିଶି ପହଲଗାମ୍ ଯାଇଥିଲୁ। ପହଲଗାମର ହୋଟଲେରେ ୨୨ ତାରିଖ ଦିନ  ସକାଳେ  ପହଞ୍ଚିଥିଲୁ।  ଆଉ ନିଷ୍ପତି ନେଇଥିଲେ ହୋଟେଲ ନିକଟ ପାହାଡ଼ ତଳକୁ  ବୁଲିବାକୁ ଯିବାକୁ । କିନ୍ତୁ ବାଟ ବଣା କରିଦେଲେ ଟୁରିଷ୍ଟ ଡ୍ରାଇଭର । ସେ କହିଥିଲେ ପ୍ରଥମେ ଚନ୍ଦନବାଡ଼ି ବୁଲିବାକୁ ଚାଲନ୍ତୁ ଫେରିରେ ହେଟେଲ ନିକଟ ପାହଡ଼ ତଳକୁ ଯିବେ ବୁଲିବାକୁ । ଚନ୍ଦନବାଡ଼ି ବୁଲିବାକୁ ଗଲୁ କିନ୍ତୁ ସେଠାରେ ପହଞ୍ଚିବାପରେ ତୁରନ୍ତ ଆମକୁ ସେଠାରୁ ଚାଲି ଯିବାକୁ କହିଥିଲେ। କାହିଁକିନା ସେତେବେଳୁ  ଆତଙ୍କି ହମଲା ଆରମ୍ଭ ହୋଇ ସାରିଥିଲା।  ଧର୍ମ ପଚାରି ଜଣଙ୍କ ପରେ ଜଣଙ୍କୁ ଗୁଳି କରାଯାଉଥିଲା। ଜାରି ହେଲା ହାଇଆଲର୍ଟ। ଡ୍ରାଇଭର ଜଣଙ୍କ ଆମକୁ କିଛି ନ କହି ଚନ୍ଦନବାଡ଼ିରୁ ତୁରନ୍ତ ସୁରକ୍ଷିତ ଆଣି ପହଞ୍ଚାଇଥିଲା ହେଟେଲରେ । ହେଟେଲରେ ପହଞ୍ଚିବା ପରେ ଜାଣିପାରିଥିଲୁ ହେଟେଲ ନିକଟ ପାହାଡ଼ ତଳେ ଆତଙ୍କବାଦୀ କରିଛନ୍ତି ହତ୍ୟା । ଆମେ ଯଦି ପ୍ରଥମେ ଚନ୍ଦନବାଡ଼ି ନଯାଇ ସେହି ସ୍ଥାନକୁ ବୁଲିବାକୁ ଯାଇଥାନ୍ତୁ।  ତାହେଲେ ଯାହା  ହୋଇଥାନ୍ତା ତାହା କଳ୍ପନା ବାହାରେ । ହୁଏତ ଆମେ ଆଜି ବୋଲି ପହଲଗାମ୍‌ରୁ ଫେରି ପାରି ନଥାନ୍ତୁ। ଭୟଭୀତ ହୋଇ ୨୨ ତାରିଖ ରାତି ହୋଟେଲରେ ରହିବା ପରେ ୨୩ ତାରିଖ ଦିନ ଛାଢ଼ିଥିଲୁ ପହଲଗାମ।  ସେତେବେଳକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରିସାରିଥିଲେ । ଶ୍ରୀନଗର ପହଞ୍ଚିବା ପରେ ସେଠାରୁ ସିଧା ଶ୍ରୀକ୍ଷେତ୍ର ପୁରୀ ଯାଇଥିଲୁ । ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ କାମନା କରିବା ପରେ ରାଉରକେଲା ଆସିଥିଲୁ।'' 

       

ପ୍ରମୋଦଙ୍କ କଥା  ଯେତିକି ଆଶ୍ୱସନା ଦେଇଛି ସେତିକି ରକ୍ତ ଗରମ ହୋଇଯାଉଛି। ପ୍ରତିଜବାବ ସ୍ବରୁପ ଭାରତର ପଦକ୍ଷେପକୁ ଅପେକ୍ଷା କରିବାକୁ ପଡ଼ିଛି। ପ୍ଳାନିଂ ଚାଲିଛି, ପ୍ରସ୍ତୁତି ବି ହେଉଛି। ଏବେ କନ୍‌କ୍ଳୁଜନ୍‌କୁ ଅପେକ୍ଷା....