'ପହଲଗାମରେ ଆମେ ଆମର ପ୍ରିୟଜନଙ୍କୁ ହରାଇଲୁ', ବିହାର ମାଟିରୁ ପାକିସ୍ତାନକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ବିହାର ୨୪/୦୪: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବନୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଧାରଣ ସଭାକୁ ସମ୍ବୋଧିତ କରି ମୋଦୀ ପହଲଗାମ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିବା ପୂର୍ବରୁ କହିଥିଲେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି । ଆପଣମାନେ ଯେଉଁଠାରେ ଥାଆନ୍ତୁ, ନିଜ ନିଜ ସ୍ଥାନରେ ବସି, ୨୨ ଏପ୍ରିଲରେ ଆମେ ହରାଇଥିବା ପ୍ରିୟଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆମେ ସମସ୍ତେ କିଛି ମୁହୁର୍ତ୍ତ ନୀରବ ରହିବା । #WATCH | #PahalgamTerrorAttack | Addressing a public meeting in Bihar's Madhubani, Prime Minister Narendra Modi says, "On April 22, terrorists killed innocent people of the country in J&K's Pahalgam... The country is sad and in pain after this incident. We stand with the families… pic.twitter.com/rlmr44lSnY— ANI (@ANI) April 24, 2025ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ପଞ୍ଚାୟତିରାଜ ଦିବସ ଅବସରରେ ସମଗ୍ର ଦେଶ ମିଥିଳା ଓ ବିହାର ସହ ଯୋଡ଼ି ହୋଇଛି । ଏହି ଅବସରରେ ଦେଶ ଓ ବିହାରର ବିକାଶ ସହିତ ଜଡିତ ହଜାର ହଜା

'ପହଲଗାମରେ ଆମେ ଆମର ପ୍ରିୟଜନଙ୍କୁ ହରାଇଲୁ', ବିହାର ମାଟିରୁ ପାକିସ୍ତାନକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ବିହାର ୨୪/୦୪: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମଧୁବନୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସାଧାରଣ ସଭାକୁ ସମ୍ବୋଧିତ କରି ମୋଦୀ ପହଲଗାମ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । 

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିବା ପୂର୍ବରୁ କହିଥିଲେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି । ଆପଣମାନେ ଯେଉଁଠାରେ ଥାଆନ୍ତୁ, ନିଜ ନିଜ ସ୍ଥାନରେ ବସି, ୨୨ ଏପ୍ରିଲରେ ଆମେ ହରାଇଥିବା ପ୍ରିୟଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆମେ ସମସ୍ତେ କିଛି ମୁହୁର୍ତ୍ତ ନୀରବ ରହିବା । 


ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ପଞ୍ଚାୟତିରାଜ ଦିବସ ଅବସରରେ ସମଗ୍ର ଦେଶ ମିଥିଳା ଓ ବିହାର ସହ ଯୋଡ଼ି ହୋଇଛି । ଏହି ଅବସରରେ ଦେଶ ଓ ବିହାରର ବିକାଶ ସହିତ ଜଡିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦୀ । ବିଦ୍ୟୁତ୍, ରେଳବାଇ ଏବଂ ଭିତ୍ତିଭୂମିର ଏହି ବିଭିନ୍ନ କାର୍ଯ୍ୟ ବିହାରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। 

ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିହାର ହେଉଛି ସେହି ଭୂମି ଯେଉଁଠାରୁ ପୂଜ୍ୟ ବାପୁ ସତ୍ୟାଗ୍ରହର ମନ୍ତ୍ର ପ୍ରସାର କରିଥିଲେ । ପୂଜ୍ୟ ବାପୁ ଦୃଢ଼ ଭାବରେ ବିଶ୍ୱାସ କରୁଥିଲେ ଯେ ଯେପର୍ଯ୍ୟନ୍ତ ଭାରତର ଗାଁ ଗୁଡିକ ଯେପର୍ଯ୍ୟନ୍ତ ଶକ୍ତିଶାଳୀ ନହୁଏ, ସେପର୍ଯ୍ୟନ୍ତ ଭାରତ ଦ୍ରୁତ ଗତିରେ ବିକାଶ କରିପାରିବ ନାହିଁ। ଦେଶରେ ପଞ୍ଚାୟତିରାଜର ଧାରଣା ପଛରେ ଏହା ହିଁ ଭାବନା । ଗତ ଦଶନ୍ଧିରେ, ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଇଛି। ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପଞ୍ଚାୟତଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଇଛି।


ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଇଣ୍ଟରନେଟ୍ ସହିତ ଯୋଡ଼ି ହୋଇଛି। ଗାଁରେ ୫.୫୦ ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ନିର୍ମାଣ କରାଯାଇଛି । ପଞ୍ଚାୟତଗୁଡ଼ିକ ଡିଜିଟାଲ୍ ହେବା ଦ୍ୱାରା ବେଶ୍ ଲାଭଦାୟକ ହୋଇଛି । ଏବେ ଆପଣ ଜୀବନ/ମୃତ୍ୟୁ ପ୍ରମାଣପତ୍ର, ଜମି ଅଧିକାର ପ୍ରମାଣପତ୍ର ଭଳି ଅନେକ ଡକ୍ୟୁମେଣ୍ଟ ସହଜରେ ପାଇପାରିବେ। 

ସେ ଆହୁରି କହିଛନ୍ତି, 'ସ୍ୱାଧୀନତାର କିଛି ଦଶନ୍ଧି ପରେ, ଦେଶକୁ ଏକ ନୂତନ ସଂସଦ ଭବନ ମିଳିଥିବା ବେଳେ, ଦେଶରେ ୩୦ ହଜାର ନୂତନ ପଞ୍ଚାୟତ ଭବନ ମଧ୍ୟ ନିର୍ମାଣ କରାଯାଇଥିଲା। ପଞ୍ଚାୟତଗୁଡ଼ିକୁ ପର୍ଯ୍ୟାପ୍ତ ପାଣ୍ଠି ମିଳିବା ସରକାରଙ୍କ ପ୍ରାଥମିକତା ମଧ୍ୟ ରହିଛି। ଗତ ୧୦ ବର୍ଷ ମଧ୍ୟରେ, ପଞ୍ଚାୟତଗୁଡ଼ିକୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପାଣ୍ଠି ମିଳିଛି। ଏହି ସମସ୍ତ ଟଙ୍କା ଗାଁର ବିକାଶରେ ବିନିଯୋଗ କରାଯାଇଛି।