ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଗାଁ ଧାନମଣ୍ଡି ପଳାଶପଙ୍ଗା ସେବା ସମବାୟ ସମିତି ପରିଦର୍ଶନ କରିଛନ୍ତି। ଧାନ ବିକ୍ରି କରିପାରି ନ ଥିବା ପଳାଶପଙ୍ଗା ଧାନମଣ୍ଡିର ୧୩୯ ଚାଷୀ ଓ ପଦ୍ମପୁର ସେବା ସମବାୟ ସମିତିର ୧୪୪ ଚାଷୀ, ରାଇସୁଆଁ ସେବା ସମବାୟ ସମିତିର ୯୮ ଚାଷୀ, ନରଣପୁର ସେବା ସମବାୟ ସମିତିର ୭୨ ଚାଷୀ, ରଘୁନାଥପୁର ସେବା ସମବାୟ ସମିତିର […] The post ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଗାଁ ଧାନମଣ୍ଡି ପଳାଶପଙ୍ଗା ସେବା ସମବାୟ ସମିତି ପରିଦର୍ଶନ କରିଛନ୍ତି।

ଧାନ ବିକ୍ରି କରିପାରି ନ ଥିବା ପଳାଶପଙ୍ଗା ଧାନମଣ୍ଡିର ୧୩୯ ଚାଷୀ ଓ ପଦ୍ମପୁର ସେବା ସମବାୟ ସମିତିର ୧୪୪ ଚାଷୀ, ରାଇସୁଆଁ ସେବା ସମବାୟ ସମିତିର ୯୮ ଚାଷୀ, ନରଣପୁର ସେବା ସମବାୟ ସମିତିର ୭୨ ଚାଷୀ, ରଘୁନାଥପୁର ସେବା ସମବାୟ ସମିତିର ୮୦ ଚାଷୀ ଓ ମଇଦାନକେଲ ସେବା ସମବାୟ ସମିତିର ୩୩ ଚାଷୀଙ୍କ କିଣା ହେବାକୁ ଥିବା ୨୫ ହଜାର ୭୯୧ କୁଇଣ୍ଟାଲ ଧାନ ମାର୍ଚ୍ଚ ୩୧ ତାରିଖ ଭିତରେ କିଣାଯିବ ବୋଲି ରାଜ୍ୟ ସଭାପତି ସାହୁ କହିବା ସହ ଉପସ୍ଥିତ ଚାଷୀଙ୍କୁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ।

କେନ୍ଦୁଝର ଜିଲାରେ ବର୍ତ୍ତମାନ ଶୁଦ୍ଧା ଧାନ ବିକ୍ରି କରିପାରି ନ ଥିବା ସମସ୍ତ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ କିଣାଯିବ ବୋଲି ସାହୁ କହିଛନ୍ତି। ଏପରିକି କାହାରି ଗୁଜବରେ ବଶବର୍ତ୍ତୀ ନ ହୋଇ ବିରୋଧୀ ଦଳର ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ସେ ଚାଷୀଙ୍କୁ ବୁଝାଇଥିଲେ।

ଏହି ଅବସରରେ ଭାଜପା କୃଷକ ମୋର୍ଚ୍ଚା ଜିଲା ସଭାପତି ଭାଗିରଥି ସିଂ, ଜିଲା ଧାନ ସଂଗ୍ରହ କମିଟି ସଦସ୍ୟ ପ୍ରକାଶ ସୂତ୍ରଧର, ଅତିରିକ୍ତ ଖାଦ୍ୟ ଯୋଗାଣ ଅଧିକାରୀ ବୀର କିଶୋର ମାରାଣ୍ଡି, ପଳାଶପଙ୍ଗା ସେବା ସମବାୟ ସମିତି ସମ୍ପାଦକ ଅଭୟ କୁମାର ପଲାଇଙ୍କ ସମେତ ବହୁ ଭାଜପା କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post ମୁଖ୍ୟମନ୍ତ୍ରୀଙ୍କ ଗାଁ ଧାନମଣ୍ଡି ନିରୀକ୍ଷଣ କଲେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି appeared first on Dharitri Odia News.