ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର
ନୂଆଦିଲ୍ଲୀ,୧୪।୪: ବିମାନ ଏବଂ ସିନେମା ହଲ ଭଳି ବର୍ତ୍ତମାନ ଯାତ୍ରୀମାନଙ୍କୁ ଟ୍ରେନରେ ନିଜ ମନ ପସନ୍ଦର ସିଟ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଲଓ୍ବେ ପ୍ରସ୍ତୁତ ହେଉଛି। ଏଥିପାଇଁ ନୂତନ ସଫ୍ଟୱେୟାର୍ ପ୍ରାୟ ପ୍ରସ୍ତୁତ। ଭାରତୀୟ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ର ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥା ଲାଗୁ ହେବା ପରେ ଖାଲି ବର୍ଥର ତାଲିକା ଘରେ ବସିଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ନୂତନ ସିଷ୍ଟମରେ ଉପର-ତଳ କିମ୍ବା ୱିଣ୍ଡୋ ସିଟ […] The post ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: ବିମାନ ଏବଂ ସିନେମା ହଲ ଭଳି ବର୍ତ୍ତମାନ ଯାତ୍ରୀମାନଙ୍କୁ ଟ୍ରେନରେ ନିଜ ମନ ପସନ୍ଦର ସିଟ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଲଓ୍ବେ ପ୍ରସ୍ତୁତ ହେଉଛି। ଏଥିପାଇଁ ନୂତନ ସଫ୍ଟୱେୟାର୍ ପ୍ରାୟ ପ୍ରସ୍ତୁତ।
ଭାରତୀୟ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ର ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥା ଲାଗୁ ହେବା ପରେ ଖାଲି ବର୍ଥର ତାଲିକା ଘରେ ବସିଥିବା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ନୂତନ ସିଷ୍ଟମରେ ଉପର-ତଳ କିମ୍ବା ୱିଣ୍ଡୋ ସିଟ ବାଛିବା ପାଇଁ ଯାତ୍ରୀମାନଙ୍କର ମଧ୍ୟ ଅଧିକାର ରହିବ। ଏହି ସିଷ୍ଟମ ଅଧୀନରେ ଯାତ୍ରୀମାନେ ମଧ୍ୟ ଜାଣିବେ ଯାତ୍ରା ଦିନ ଟ୍ରେନରେ କେତେ ସିଟ ଖାଲି ଅଛି ଏବଂ ସେମାନଙ୍କର ଅବସ୍ଥାନ କ’ଣ।
ରାୟପୁର ରେଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଟ୍ରେନର ନାମ ଏବଂ ନୂତନ ଆପ ମାଧ୍ୟମରେ ଯାତ୍ରା ତାରିଖ ଅନୁସନ୍ଧାନ କରିବା ମାତ୍ରେ ଯାତ୍ରୀମାନଙ୍କ ମୋବାଇଲ ସ୍କ୍ରିନରେ ଏସିରୁ ସ୍ଲିପର କୋଚ ପର୍ଯ୍ୟନ୍ତ କୋଚର ଫଟୋ ଉପଲବ୍ଧ ହେବ। ଫଟୋକୁ ଦେଖି ଯାତ୍ରୀମାନେ ନିଜ ପସନ୍ଦର ସିଟ ସହଜରେ ବୁକ କରିପାରିବେ। ଆଗରୁ ସଂରକ୍ଷିତ ବର୍ଥ କିମ୍ବା ସିଟ ଚିହ୍ନିତ ହେବ। ଖାଲି ବର୍ଥ କିମ୍ବା ସିଟ ଉପରେ କୌଣସି ଚିହ୍ନ ରହିବ ନାହ। ଏକ ସିଷ୍ଟମ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି ଯାହା ନିଜ ପସନ୍ଦର ସିଟ ଚୟନ କରିବାର ବିକଳ୍ପ ଦେବ, କିନ୍ତୁ ରେଳ ଅଧିକାରୀମାନେ ଟିକେଟ ମୂଲ୍ୟକୁ ନେଇ କିଛଇ ସ୍ପଷ୍ଟ କରି ନାହାଁନ୍ତି। ରେଲଓ୍ବେର ସୂତ୍ର ଅନୁଯାୟୀ ଯାତ୍ରୀମାନଙ୍କୁ ନିଜ ପସନ୍ଦର ସିଟ ପାଇବା ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିପାରେ।
The post ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର appeared first on Dharitri Odia News.