ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?

ନୂଆଦିଲ୍ଲୀ,୩।୧୧: ଚଳିତ ବର୍ଷର ପାର୍ବଣ (ଦଶହରା, ଗଜଲକ୍ଷ୍ମୀ,କାଳୀପୂଜା ଏବଂ ଧନ୍‌ତେରସ୍‌) ସମୟରେ ଉଭୟ ସୁନା ଓ ରୁପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଏପରିକି ପାର୍ବଣ କାରବାର ପାଇଁ ସବୁ ବର୍ଗର ଅଳଙ୍କାର ପ୍ରତିଷ୍ଠାନ ଆକର୍ଷଣୀୟ ଅଫର ଓ ଉପହାରର ବ୍ୟବସ୍ଥାକରି ପାର୍ବଣ କାରବାର କରିଥିଲେ। ଅପରପକ୍ଷରେ କ୍ରମାଗତ ଭାବେ ଉଭୟ ସୁନା ଓ ରୁପା ଦର ବୃଦ୍ଧି ଯୋଗୁ ପାର୍ବଣ କାରବାର ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିଲା। ହେଲେ ପାର୍ବଣ ପରେ ଉଭୟ ସୁନା ଓ ରୁପା […] The post ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ? appeared first on Dharitri Odia News.

ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?

ନୂଆଦିଲ୍ଲୀ,୩।୧୧: ଚଳିତ ବର୍ଷର ପାର୍ବଣ (ଦଶହରା, ଗଜଲକ୍ଷ୍ମୀ,କାଳୀପୂଜା ଏବଂ ଧନ୍‌ତେରସ୍‌) ସମୟରେ ଉଭୟ ସୁନା ଓ ରୁପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଏପରିକି ପାର୍ବଣ କାରବାର ପାଇଁ ସବୁ ବର୍ଗର ଅଳଙ୍କାର ପ୍ରତିଷ୍ଠାନ ଆକର୍ଷଣୀୟ ଅଫର ଓ ଉପହାରର ବ୍ୟବସ୍ଥାକରି ପାର୍ବଣ କାରବାର କରିଥିଲେ। ଅପରପକ୍ଷରେ କ୍ରମାଗତ ଭାବେ ଉଭୟ ସୁନା ଓ ରୁପା ଦର ବୃଦ୍ଧି ଯୋଗୁ ପାର୍ବଣ କାରବାର ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିଲା। ହେଲେ ପାର୍ବଣ ପରେ ଉଭୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ଭାବେ ୨ୟ ଦିନ ଲାଗି ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଛି। ଏପରିକି ମଙ୍ଗଳବାର ନୂଆଦିଲ୍ଲୀରେ ସୁନା ଉପରେ ପ୍ରାୟ ୮୦୦ ( ୭୯୦ ଟଙ୍କା) ଟଙ୍କା ହ୍ରାସ ପାଇଥିଲାବେଳେ ୩୦୦୦ରୁ ଅଧିକ ଟଙ୍କାର ରୁପା ଦରରେ କମିଥିବା ଜଣାପଡ଼ିଛି। ଫଳରେ ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୦,୭୨୩ ଟଙ୍କାରେ କାରବାର ହେଉଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୪,୦୧୩ ଟଙ୍କାରେ କାରବାର ହେଉଛି। ଏପରିକି ରୁପା କିଲୋଗ୍ରାମ ବା କେ.ଜି. ପିଛା ୩୨୦୦ ଟଙ୍କା କମି ୧,୦୦,୦୦ ଟଙ୍କାରେ ପହଞ୍ଚତ୍ଛି। ଏପରିକି ୧୮ କ୍ୟାରେଟ ସୁନା ଓ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୦ରୁ ୫୫ ହଜାର ଟଙ୍କାରେ କାରବାର ହେଉଛି।

ସେହିପରି ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୦,୩୨୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୩,୭୦୦ ଟଙ୍କାରେ କାରବାର ହେଉଛି। ଏପରିକି ରୁପା କେ.ଜି. ପିଛା ୩୦୦୦ ଟଙ୍କା କମି ୧,୦୬,୦୦ଟଙ୍କାରେ ପହଞ୍ଚତ୍ଛି। ଏପରିକି ୧୮କ୍ୟାରେଟ ସୁନା ଓ ମୂଲ୍ୟବାନ୍‌ ଅଳଙ୍କାରର ମୂଲ୍ୟ ୫୫ରୁ ୬୫ ହଜାର ଟଙ୍କାରେ କାରବାର ହେଉଛି।

The post ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ? appeared first on Dharitri Odia News.