ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ

ଖଡ଼ିଆଳ,୨୫ା୪(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଦୀର୍ଘବର୍ଷ ହେଲା ଟ୍ରାଫିକ ସମସ୍ୟା ଦେଖା ଦେଇଆସୁଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଖଡ଼ିଆଳ ସହର ଦେଇ ଯାଇଥିବା ୩୫୩ନଂ ଜାତୀୟ ରାଜପଥରେ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଛି। ବିଶେଷ କରି ସା ସମୟରେ ଛତିଶଗଡ଼ ରାୟପୁର ପଟୁ ଓ ଆନ୍ଧ୍ରପ୍ରଦେଶରୁ ଭବାନୀପାଟଣା ଦେଇ ଆସୁଥିବା ଭାରିଯାନଗୁଡିକୁ ସାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଅଟକାଇବାକୁ ପଡୁଛି। ଏହାକୁ ନେଇ ଖଡ଼ିଆଳ […] The post ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ appeared first on Dharitri Odia News.

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ

ଖଡ଼ିଆଳ,୨୫ା୪(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଦୀର୍ଘବର୍ଷ ହେଲା ଟ୍ରାଫିକ ସମସ୍ୟା ଦେଖା ଦେଇଆସୁଛି। ଏଥିଯୋଗୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଖଡ଼ିଆଳ ସହର ଦେଇ ଯାଇଥିବା ୩୫୩ନଂ ଜାତୀୟ ରାଜପଥରେ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଛି। ବିଶେଷ କରି ସା ସମୟରେ ଛତିଶଗଡ଼ ରାୟପୁର ପଟୁ ଓ ଆନ୍ଧ୍ରପ୍ରଦେଶରୁ ଭବାନୀପାଟଣା ଦେଇ ଆସୁଥିବା ଭାରିଯାନଗୁଡିକୁ ସାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଅଟକାଇବାକୁ ପଡୁଛି।

ଏହାକୁ ନେଇ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଧାନସଭାରେ ଆଲୋଚନା କରିଥିଲେ। ସହରରେ ବାଇପାସ୍‌ ରାସ୍ତା ନିର୍ମାଣ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ଦାବିକରି ବିଧାୟକ ପାଣିଗ୍ରାହୀ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।

The post ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଚିଠି ଲେଖିଲେ ବିଧାୟକ appeared first on Dharitri Odia News.