କେଉଁଠୁ ଆସିଛି ବଜେଟ୍ ଶବ୍ଦ ? ୧୬୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ବଜେଟ୍‌ର ଇତିହାସ ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ବଜେଟ୍ ୨୦୨୪ ପାଇଁ ଚୂଡାନ୍ତ ପ୍ରସ୍ତୁତି ଚାଲିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥ ମନ୍ତ୍ରଣାଳୟରେ ପାରମ୍ପାରିକ ହଲୁଆ ସେରେମନି ସହ ବଜେଟ୍ ପ୍ରସ୍ତୁତିର ଶେଷ ପର୍ଯ୍ୟାୟର ଆରମ୍ଭ । ଏହି ଉତ୍ସବ ସହ ବଜେଟ୍ କାମ ସହ ଜଡ଼ିତ ଅଧିକାରୀ କଡ଼ା ନଜରରେ ଅର୍ଥ ମନ୍ତ୍ରଣାଳୟ ପରିସରରେ ରୁହନ୍ତି । ଯାହାଦ୍ୱାରା କୌଣସି କଥା ଲିକ୍ ହୋଇପାରିବ ନାହିଁ । ଅର୍ଥମନ୍ତ୍ରୀ ସୀତାରମଣ ଜୁଲାଇ ୨୩ରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।ସବୁ ବର୍ଷ କେନ୍ଦ୍ର ସରକାର ଲୋକସଭାରେ ବଜେଟ୍ ଉପସ୍ଥାପନ କରନ୍ତି । କିନ୍ତୁ ସମ୍ୱିଧାନରେ ବଜେଟ୍ ବୋଲି ଥରେ ବି ଉଲ୍ଲେଖ ନାହିଁ । ସମ୍ୱିଧାନର ଅନୁଚ୍ଛେଦ ୧୧୨ରେ ଏହାକୁ ଆନୁଆଲ୍ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ ବା ବାର୍ଷିକ ବିତ୍ତିୟ ବିବରଣ ନାଁ ଦିଆଯାଇଛି । ଏହି ବିବରଣରେ ସରକାର ପୂରା ବର୍ଷରେ ନିଜର ଆନୁମାନିକ ଖର୍ଚ୍ଚ ଏବଂ ହେବାକୁ ଥିବା ଆୟର ତଥ୍ୟ ଉପସ୍ଥାପନ କରିଥାନ୍ତି ।ଆମେ ବ୍ୟବହାର କରୁଥିବା ବଜେଟ୍ ଶବ୍ଦଟି ଇଂରାଜୀରୁ ଆସିଛି । ଏହି ଶବ୍ଦର ଅର୍ଥ କୌଣସି ପ୍ରଶାସନର ଆର୍ଥିକ ସ୍ଥିତି ହୋଇଥାଏ । କିନ୍ତୁ ବଜେଟ୍ ଯେଉଁ ଶବ୍ଦରୁ ଆସିଛି ତାର ଅର୍ଥ କିଛି ଅଲଗା । ଫ୍ରାନ୍ସର ବୋଗେଟ୍ ଶବ୍ଦରୁ ବଜେଟ୍ ଆସିଛି । ଅନ୍ୟପଟେ ବୋଗେ ଶବ୍ଦରୁ ବୋଗେଟ୍ ଆସିଛି । ଯାହାର ଅର୍ଥ ଚମଡ଼ା ପର୍ସ ବା ବ୍ରିଫକେସ୍ ।ଭାରତୀୟ ବଜେଟ୍‌ର ଇତିହାସ ୧୬୦ ବର୍ଷରୁ ଅଧିକ ପୁରୁଣା । ୧୮୫୭ ସିପାହୀ ବିଦ୍ରୋହ

କେଉଁଠୁ ଆସିଛି ବଜେଟ୍ ଶବ୍ଦ ? ୧୬୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ବଜେଟ୍‌ର ଇତିହାସ ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ବଜେଟ୍ ୨୦୨୪ ପାଇଁ ଚୂଡାନ୍ତ ପ୍ରସ୍ତୁତି ଚାଲିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥ ମନ୍ତ୍ରଣାଳୟରେ ପାରମ୍ପାରିକ ହଲୁଆ ସେରେମନି ସହ ବଜେଟ୍ ପ୍ରସ୍ତୁତିର ଶେଷ ପର୍ଯ୍ୟାୟର ଆରମ୍ଭ । ଏହି ଉତ୍ସବ ସହ ବଜେଟ୍ କାମ ସହ ଜଡ଼ିତ ଅଧିକାରୀ କଡ଼ା ନଜରରେ ଅର୍ଥ ମନ୍ତ୍ରଣାଳୟ ପରିସରରେ ରୁହନ୍ତି । ଯାହାଦ୍ୱାରା କୌଣସି କଥା ଲିକ୍ ହୋଇପାରିବ ନାହିଁ । ଅର୍ଥମନ୍ତ୍ରୀ ସୀତାରମଣ ଜୁଲାଇ ୨୩ରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।

ସବୁ ବର୍ଷ କେନ୍ଦ୍ର ସରକାର ଲୋକସଭାରେ ବଜେଟ୍ ଉପସ୍ଥାପନ କରନ୍ତି । କିନ୍ତୁ ସମ୍ୱିଧାନରେ ବଜେଟ୍ ବୋଲି ଥରେ ବି ଉଲ୍ଲେଖ ନାହିଁ । ସମ୍ୱିଧାନର ଅନୁଚ୍ଛେଦ ୧୧୨ରେ ଏହାକୁ ଆନୁଆଲ୍ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ ବା ବାର୍ଷିକ ବିତ୍ତିୟ ବିବରଣ ନାଁ ଦିଆଯାଇଛି । ଏହି ବିବରଣରେ ସରକାର ପୂରା ବର୍ଷରେ ନିଜର ଆନୁମାନିକ ଖର୍ଚ୍ଚ ଏବଂ ହେବାକୁ ଥିବା ଆୟର ତଥ୍ୟ ଉପସ୍ଥାପନ କରିଥାନ୍ତି ।

ଆମେ ବ୍ୟବହାର କରୁଥିବା ବଜେଟ୍ ଶବ୍ଦଟି ଇଂରାଜୀରୁ ଆସିଛି । ଏହି ଶବ୍ଦର ଅର୍ଥ କୌଣସି ପ୍ରଶାସନର ଆର୍ଥିକ ସ୍ଥିତି ହୋଇଥାଏ । କିନ୍ତୁ ବଜେଟ୍ ଯେଉଁ ଶବ୍ଦରୁ ଆସିଛି ତାର ଅର୍ଥ କିଛି ଅଲଗା । ଫ୍ରାନ୍ସର ବୋଗେଟ୍ ଶବ୍ଦରୁ ବଜେଟ୍ ଆସିଛି । ଅନ୍ୟପଟେ ବୋଗେ ଶବ୍ଦରୁ ବୋଗେଟ୍ ଆସିଛି । ଯାହାର ଅର୍ଥ ଚମଡ଼ା ପର୍ସ ବା ବ୍ରିଫକେସ୍ ।

ଭାରତୀୟ ବଜେଟ୍‌ର ଇତିହାସ ୧୬୦ ବର୍ଷରୁ ଅଧିକ ପୁରୁଣା । ୧୮୫୭ ସିପାହୀ ବିଦ୍ରୋହ ପରେ ବ୍ରିଟିଶ ସରକାର ଭାରତର ଶାସନ ଇଷ୍ଟ ଇଣ୍ଡିଆ କମ୍ପାନିରୁ ନିଜ ହାତକୁ ନେଇଥିଲେ । ଏହାପରେ ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନିର ଜେମ୍ସ ୱିଲିୟମ୍ସ ଏହାକୁ ବ୍ରିଟିଶ କ୍ରାଉନଙ୍କୁ ଦେଇଥିଲେ । ସଂଯୋଗରୁ ସେହି ବର୍ଷ ବ୍ରିଟେନରେ ବଜେଟକୁ ଚମଡ଼ାର ବ୍ରିଫକେସରେ ଆଣିବାର ପରମ୍ପରା ଆରମ୍ଭ ହୋଇଥିଲା । ୧୮୬୦ରେ ବ୍ରିଟେନର ଚାନସିଲର ଅଫ୍ ଦି ଏକ୍ସଚେକର ଚିଫ୍ ୱିଲିୟମ ଏବର୍ଟ ଗ୍ରାଣ୍ଡଷ୍ଟନ୍ ବଜେଟ୍ କାଗଜକୁ ଲେଦର ବ୍ୟାଗରେ ଆଣିଥିଲେ । ବ୍ୟାଗରେ ବ୍ରିଟେନ୍ ରାଣୀଙ୍କ ମୋନୋଗ୍ରାମ ଥିଲା । ଏହାକୁ ଗ୍ଲା଼ଡଷ୍ଟନ ବକ୍ସ ନାଁ ଦିଆଯାଇଥିଲା । ସେବେଠାରୁ ବ୍ରିଫକେସ୍‌ରେ ବଜେଟ୍ ଆଣିବା ପରମ୍ପରା ଆରମ୍ଭ ହୋଇଥିଲା ।

ସ୍ୱାଧୀନ ଭାରତର ପ୍ରଥମ ବଜେଟ୍‌କୁ ଶଣମୁଖମ୍ ସେଟ୍ଟୀ ଏକ ଚମଡ଼ା ବ୍ୟାଗରେ ଆଣିଥିଲେ । କୁହାଯାଉଛି ଯେ ୧୯୫୮ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ବଜେଟ୍ ପାଇଁ ଲାଲ୍ ପରିବର୍ତ୍ତେ କଳା ବ୍ରିଫ୍‌କେସ୍ ବ୍ୟବହାର କରିଥିଲେ । ଏହାପରେ ବଜେଟ୍ ପାଇଁ କଳା ବ୍ୟାଗ୍ ହିଁ ଚୟନ କରାଗଲା । କିନ୍ତୁ ପରେ ପ୍ରଣବ ମୁଖାର୍ଜୀ ଲାଲ୍ ବ୍ରିଫକେସ୍ ଏବଂ ଅରୁଣ ଜେଟଲୀ ବ୍ରାଉନ୍ ଏବଂ ରେଡ୍ ବ୍ରିଫ୍‌କେସ୍ ସହ ସଂସଦ ଆସିଥିଲେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ସେହି ପରମ୍ପରାକୁ ଭାଙ୍ଗିଥିଲେ । ବ୍ରିଫକେସ୍ ପରିବର୍ତ୍ତେ ବଜେଟ୍‌କୁ ଲାଲ୍ ରଙ୍ଗର କପଡ଼ାରେ ଆଣିଥିଲେ । ତତ୍କାଳୀନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ସୁବ୍ରମଣ୍ୟମ୍ ଏହାକୁ ପାଶ୍ଚାତ୍ୟ ମାନସିକତାର ଗୁଲାମୀରୁ ମୁକ୍ତିର ପ୍ରତୀକ କହିଥିଲେ । ୨୦୨୧ରେ ଅର୍ଥମନ୍ତ୍ରୀ ସୀତାରମଣ ଆଉ ଏକ ବଡ଼ ପରିବର୍ତ୍ତନ କରିଥିଲେ । ସେହି ବର୍ଷ ନିଜ ଭାଷଣ ଏବଂ ଅନ୍ୟ ବଜେଟ୍ ଦସ୍ତାବିଜକୁ ଏକ ଡିଜିଟାଲ୍ ଟାବଲେଟ୍‌ରେ ଆଣିଥିଲେ । ୨୦୨୪ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ ଯାଏ ସେ ଏହି ପରମ୍ପରାକୁ ଜାରି ରଖିଥିଲେ ।