ମୋରମ ଖାଲରେ ଖସି ପଡ଼ି ମାଆ ଓ ଶିଶୁ କନ୍ୟା ମୃତ

ମାଥିଲି: ମାଥିଲି ବ୍ଲକ ଧଉଡ଼ାଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ମୋରମ ପାଇଁ ଖୋଳାଯାଇଥିବା ଖାଲରେ ଖସି ମାଆ ଓ ପାଞ୍ଚ ମାସ ଶିଶୁ କନ୍ୟାର ମୃତ୍ୟୁ। ମୃତ ମହିଳା ଧଉଡ଼ାଗୁଡ଼ା ଗ୍ରାମର ହୀରା ବାଗରିଆ ଏବଂ ତାଙ୍କ ଶିଶୁ କନ୍ୟା ପିଙ୍କି ବାଗରିଆ।ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ହୀରା ନିଜ ଶିଶୁ କନ୍ୟା ସହ ଯାଉଥିବାବେଳେ ଅସାବଧାନତା ବଶତଃ ମୋରମ ଖାଲକୁ ଖସି ପଡ଼ିଥିଲେ। ଅବଶ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେବି ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୋରମ ଖାଲରେ ଖସି ପଡ଼ି ମାଆ ଓ ଶିଶୁ କନ୍ୟା ମୃତ

ମାଥିଲି: ମାଥିଲି ବ୍ଲକ ଧଉଡ଼ାଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ମୋରମ ପାଇଁ ଖୋଳାଯାଇଥିବା ଖାଲରେ ଖସି ମାଆ ଓ ପାଞ୍ଚ ମାସ ଶିଶୁ କନ୍ୟାର ମୃତ୍ୟୁ। ମୃତ ମହିଳା ଧଉଡ଼ାଗୁଡ଼ା ଗ୍ରାମର ହୀରା ବାଗରିଆ ଏବଂ ତାଙ୍କ ଶିଶୁ କନ୍ୟା ପିଙ୍କି ବାଗରିଆ।

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ହୀରା ନିଜ ଶିଶୁ କନ୍ୟା ସହ ଯାଉଥିବାବେଳେ ଅସାବଧାନତା ବଶତଃ ମୋରମ ଖାଲକୁ ଖସି ପଡ଼ିଥିଲେ। ଅବଶ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେବି ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।