ବର୍ଗର ଖାଇ ରେକର୍ଡ

ଆଜିକାଲି ରେକର୍ଡ ନିଶା ସମସ୍ତଙ୍କୁ ଘାରିଛି । ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଅଜବ ଅଜବ ରେକର୍ଡର ଉଦାହରଣ ଦେଖିବାକୁ ମିଳୁଛି । ସେହିଭଳି ଏକ ଅଜବ ରେକର୍ଡ କରିଛନ୍ତି ଆମେରିକାର ଡୋନାଲଡ ଗ୍ରୋସେକ୍‌ । ସେ ବର୍ଗର ଖାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ୭୦ ବର୍ଷୀୟ ଏହି ବ୍ୟକ୍ତି ଜୀବନରେ ସବୁଠାରୁ ଅଧିକ ବର୍ଗର ଖାଇ ଏହି ରେକର୍ଡ ନିଜ ନାମରେ ସାମିଲ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନମ୍ବର […]

ବର୍ଗର ଖାଇ ରେକର୍ଡ
ବର୍ଗର ଖାଇ ରେକର୍ଡ

ଆଜିକାଲି ରେକର୍ଡ ନିଶା ସମସ୍ତଙ୍କୁ ଘାରିଛି । ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଅଜବ ଅଜବ ରେକର୍ଡର ଉଦାହରଣ ଦେଖିବାକୁ ମିଳୁଛି । ସେହିଭଳି ଏକ ଅଜବ ରେକର୍ଡ କରିଛନ୍ତି ଆମେରିକାର ଡୋନାଲଡ ଗ୍ରୋସେକ୍‌ । ସେ ବର୍ଗର ଖାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ୭୦ ବର୍ଷୀୟ ଏହି ବ୍ୟକ୍ତି ଜୀବନରେ ସବୁଠାରୁ ଅଧିକ ବର୍ଗର ଖାଇ ଏହି ରେକର୍ଡ ନିଜ ନାମରେ ସାମିଲ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନମ୍ବର ୩୪,୧୨୮ ବିଗ୍‌ ମାକ୍‌ରେ ପହଞ୍ଚିଛି । ସେ ଏହି ରେକର୍ଡ ୭୦ ବର୍ଷରେ ନିଜ ନାମରେ ସାମିଲ କରିଛନ୍ତି । ତାଙ୍କର ଏବଂ ବିଗ୍‌ ମାକ୍‌ ବର୍ଗରର ସମ୍ପର୍କ ପାଖାପାଖି ୫୦ ବର୍ଷ ପୂର୍ବରୁ ୧୯୭୨ ମସିହାରେ ଆରମ୍ଭ ହୋଇଥିଲା । ସେ ଯେତେବେଳେ ନିଜର ପ୍ରଥମ ବର୍ଗର ଖାଇଥିଲେ, ସେତେବେଳେ ସାରା ଜୀବନ ଏହାକୁ ଖାଇପାରିବେ ବୋଲି ଭାବିଥିଲେ । ସେ ଏହା ପରଠାରୁ ନିଜ ବର୍ଗର ଖାଇବାକୁ ଟ୍ରାକିଂ କରିବା ଆରମ୍ଭ କରିଥିଲେ । ସେ ସବୁଦିନ ଖାଉଥିବା ବର୍ଗରର ହିସାବ ରଖିବାରେ ଲାଗିଲେ । ସେ ଏହି ହିସାବ ରଖିବା ପାଇଁ ନିଜ କାର୍‌ରେ ବର୍ଗରର କାଟୁନ୍‌କୁ ସାଇତି ରଖୁଥିଲେ । କେବଳ ଖୋଳ ନୁହେଁ ସେ ବିଲ୍‌କୁ ମଧ୍ୟ ସାଇତି ରଖିଛନ୍ତି । ଏହାପରେ ପ୍ରଥମଥର ପାଇଁ ୧୯୯୯ରେ ସେ ଏହି ରେକର୍ଡରେ ନିଜ ନାଁ ସାମିଲ କରିଥିଲେ । ପ୍ରଥମେ ସେ ଦିନକୁ ୯ଟି ବର୍ଗର ଖାଉଥିଲେ,ଏହାପରେ ସେ ଧୀରେଧୀରେ ଏହାକୁ ବଢାଇବାକୁ ଲାଗିଲେ । ବର୍ତ୍ତମାନ ପୁଣି ସେ ନିଜ ରେକର୍ଡ ନିଜେ ଭାଙ୍ଗି ଆଉ ଏକ ନୂଆ ଲେବଲ୍‌ ସେଟ୍‌ କରିଛନ୍ତି ।