ହାଜତ ମୃତ୍ୟୁ ମାମଲାରେ ତାମିଲନାଡୁ ପୁଲିସ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଜଣେ ୨୭ ବର୍ଷୀୟ ମନ୍ଦିର ରକ୍ଷୀଙ୍କ ହାଜତ ମୃତ୍ୟୁ ମାମଲାର ଶୁଣାଣି କରି ତାମିଲନାଡୁ ପୁଲିସ ଉପରେ ବର୍ଷିଛନ୍ତି। ଏହି ବର୍ବରତା ଉପରେ ପ୍ରଶ୍ନ ଉଠାଇ କୋର୍ଟ କହିଛନ୍ତି ଯେ କ୍ଷମତାରେ ମତ୍ତ ପୁଲିସ ଜୁନ୍ ୨୭ ତାରିଖରେ ମନ୍ଦିରରୁ ଅଳଙ୍କାର ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଜିତ କୁମାରଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲା। ହାଇକୋର୍ଟ ଏହି ଘଟଣାକୁ ନିଷ୍ଠୁର କାର୍ଯ୍ୟ ବୋଲି କହିବା ସହ ରାଜ୍ୟ ନିଜ ନାଗରିକଙ୍କୁ ହତ୍ୟା […]

ହାଜତ ମୃତ୍ୟୁ ମାମଲାରେ ତାମିଲନାଡୁ ପୁଲିସ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଜଣେ ୨୭ ବର୍ଷୀୟ ମନ୍ଦିର ରକ୍ଷୀଙ୍କ ହାଜତ ମୃତ୍ୟୁ ମାମଲାର ଶୁଣାଣି କରି ତାମିଲନାଡୁ ପୁଲିସ ଉପରେ ବର୍ଷିଛନ୍ତି। ଏହି ବର୍ବରତା ଉପରେ ପ୍ରଶ୍ନ ଉଠାଇ କୋର୍ଟ କହିଛନ୍ତି ଯେ କ୍ଷମତାରେ ମତ୍ତ ପୁଲିସ ଜୁନ୍ ୨୭ ତାରିଖରେ ମନ୍ଦିରରୁ ଅଳଙ୍କାର ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଜିତ କୁମାରଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲା। ହାଇକୋର୍ଟ ଏହି ଘଟଣାକୁ ନିଷ୍ଠୁର କାର୍ଯ୍ୟ ବୋଲି କହିବା ସହ ରାଜ୍ୟ ନିଜ ନାଗରିକଙ୍କୁ ହତ୍ୟା କରିଛି ବୋଲି କହିଛନ୍ତି। ଶରୀରରେ ୪୪ଟି ଆଘାତ ଲାଗିଥିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଏସ୍ଏମ୍ ସୁବ୍ରମଣ୍ୟମ୍ କହିଛନ୍ତି, ତାଙ୍କ ଶରୀରର ସବୁ ଅଙ୍ଗରେ ଆକ୍ରମଣ ହୋଇଛି। ଅଜିତଙ୍କ ପିଠି, ପାଟି ଓ କାନରେ ଲଙ୍କା ଗୁଣ୍ଡ ଲଗାଯାଇଥିଲା। ବିଚାରପତି ରାଜ୍ୟର ସାମାଜିକ ପ୍ରଗତି ଦାବି ସମ୍ପର୍କରେ ଉଲ୍ଲେଖ କରି ପ୍ରଶ୍ନ କରିଛନ୍ତି, ଉତ୍ତର ଭାରତର କେତେକ ରାଜ୍ୟରେ ଯେଉଁଠି ସାକ୍ଷରତା ହାର କମ୍, ସେଠାରେ ଏଭଳି ଘଟଣା ଘଟୁନାହିଁ। ତାମିଲନାଡୁ ରାଜ୍ୟରେ ଯେଉଁଠି ସରକାର କହୁଛନ୍ତି ଯେ ଆମେ ସବୁ କିଛିରେ ଅଗ୍ରଣୀ, ସେଠାରେ ଏଭଳି ଘଟଣାକୁ ଆପଣ କେମିତି ହେବାକୁ ଦେବେ? କୋର୍ଟ କହିଛନ୍ତି ଯେ, ସ୍ଥାନୀୟ ଏକ ମନ୍ଦିରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଅଜିତ କୁମାରଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ ଏବଂ ସେ ୨୦୦୪ରେ ମୃତ୍ୟୁବରଣ କରିଥିବା ଜଣେ ପିତାଙ୍କ ବଡ଼ ପୁଅ ଥିଲେ।