ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର
ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି ଶୋଭାଯାତ୍ରାରେ ଥିବା ଏକ ଗାଡିର ଚାଳକ ଓ ମାଲିକ ମିଶି ବରଘରର ଜଣେ ସମ୍ପର୍କୀୟ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା […] The post ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର appeared first on Dharitri Odia News.
ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ କେନ୍ଦ୍ର କରି ଶୋଭାଯାତ୍ରାରେ ଥିବା ଏକ ଗାଡିର ଚାଳକ ଓ ମାଲିକ ମିଶି ବରଘରର ଜଣେ ସମ୍ପର୍କୀୟ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର କାହ୍ନା ସାହୁ (୨୬) ।
ସୂଚନାନୁସାରେ, ସୋମବାର ରାତିରେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକ ବାହାଘର ସକାଶେ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମକୁ ଶୋଭାଯାତ୍ରାରେ ଯାଉଥିଲେ। ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ବରଘରର କିଛି ସମ୍ପର୍କୀୟଙ୍କ ସହ ବାହାଘର ପାଇଁ ଶୋଭାଯାତ୍ରାରେ ଯାଇଥିବା ଗାଡି ଚାଳକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରୋଷଣୀରେ ଯାଇଥିବା କିଛି ଯୁବକଙ୍କ ସହ ଶୋଭାଯାତ୍ରା ଗାଡି ଚାଳକ, ମାଲିକ ଓ ଜଣେ ସହଯୋଗୀଙ୍କ ସହ ଉଚ୍ଚବାଚ ହୋଇଥିଲା। ପରିସ୍ଥିତି ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା। ଶେଷରେ ଶୋଭାଯାତ୍ରା ଗାଡି ଚାଳକ, ମାଲିକ ଓ ଜଣେ ସହଯୋଗୀ ମିଶି ଗାଡିରେ ରଖିଥିବା ଏକ ଭୁଜାଲିରେ ହଠାତ୍ କାହ୍ନାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯୁବକଙ୍କ ହାତ, ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡୁବୁଡୁ ହୋଇ ଯୁବକ ଜଣଙ୍କ ଘଟଣା ସ୍ଥଳରେ ପଡି ଯାଇଥିଲେ। ଯୁବକ ଜଣଙ୍କ ତଳେ ପଡିଯିବା ପରେ ଆକ୍ରମଣକାରୀ ୩ ଯୁବକ ଶୋଭାଯାତ୍ରା ଗାଡ଼ିକୁ ସାଙ୍ଗରେ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଓ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଚଳାଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ଭୋର ସମୟରେ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ଗ୍ରାମର ଏକ ବାହାରପଟୁ ତାଲା ପଡିଥିବା ଏକ ବନ୍ଦ କୋଠରୀ ରୁ ୩ ଜଣ ଯୁବକଙ୍କୁ କାବୁ କରିବା ସହ ଆକ୍ରମଣରେ ବ୍ୟବହୃତ ଏକ ରକ୍ତଭିଜା ଭୁଜାଲୀ ଜବତ କରିଥିବା ଜଣାପଡିଛି। ତଦନ୍ତରେ ବାଧା ଉପୁଜିବା ନେଇ ପୁଲିସ ପକ୍ଷରୁ କୈାଣସି ସୂଚନା ମିଳିପାରିନାହିଁ। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
The post ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର appeared first on Dharitri Odia News.