ଫିଲ୍ମ ଷ୍ଟାଇଲ୍ରେ ଲୁଟ୍, ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର
ଡେଲାଙ୍ଗ ୦୪।୦୪ : ଡେଲାଙ୍ଗ ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ଫିଲ୍ମ ଷ୍ଟାଇଲରେ ଲୁଟ୍ । ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୫ ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ଲୁଟି ନେଲେ ଲୁଟେରା । ଡେଲାଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସବୁଦିନ ପରି ବୁଧବାର ରାତିରେ ଡେଲାଙ୍ଗ ବଜାର ନିକଟରେ ଡେଲାଙ୍ଗର ପ୍ରଶାନ୍ତ ମହାପାତ୍ରଙ୍କ ନିଜ ଦୋକାନର ସମସ୍ତ ଅଳଙ୍କାର ଧରି ଘରକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଜଗି ବସିଥିବା ୪ରୁ ୫ ଜଣ ଡକାୟତ ମୁଣ୍ଡରେ ହେଲ୍ମେଟ୍ ଓ ହାତରେ ବନ୍ଧୁକ, ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ପାଖକୁ ଆସିଥିଲେ । ଆଉ ବନ୍ଧୁକ ଦେଖାଇ ପ୍ରଶାନ୍ତଙ୍କ ପାଖରେ ଥିବା ୨୭୦ ଗ୍ରାମର ସୁନା, ୬ କେଜି ରୂପା ନେଇଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ । ତେବେ ବଡଧରଣର ଲୁଟ୍ ପରେ ଘଟଣାସ୍ଥଳରୁ ଆଖି ପିଛୁଲାକେ ଫେରାର ମାରିଥିଲେ ଲୁଟେରା । ଏହାପରେ ତୁରନ୍ତ ଡେଲାଙ୍ଗ ପୋଲିସକୁ ଖବର ଦେଇଥିଲେ ପ୍ରଶାନ୍ତ ମହାପାତ୍ର । ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ।
ଡେଲାଙ୍ଗ ୦୪।୦୪ : ଡେଲାଙ୍ଗ ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ । ଫିଲ୍ମ ଷ୍ଟାଇଲରେ ଲୁଟ୍ । ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୫ ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ଲୁଟି ନେଲେ ଲୁଟେରା । ଡେଲାଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସବୁଦିନ ପରି ବୁଧବାର ରାତିରେ ଡେଲାଙ୍ଗ ବଜାର ନିକଟରେ ଡେଲାଙ୍ଗର ପ୍ରଶାନ୍ତ ମହାପାତ୍ରଙ୍କ ନିଜ ଦୋକାନର ସମସ୍ତ ଅଳଙ୍କାର ଧରି ଘରକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଜଗି ବସିଥିବା ୪ରୁ ୫ ଜଣ ଡକାୟତ ମୁଣ୍ଡରେ ହେଲ୍ମେଟ୍ ଓ ହାତରେ ବନ୍ଧୁକ, ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ପାଖକୁ ଆସିଥିଲେ । ଆଉ ବନ୍ଧୁକ ଦେଖାଇ ପ୍ରଶାନ୍ତଙ୍କ ପାଖରେ ଥିବା ୨୭୦ ଗ୍ରାମର ସୁନା, ୬ କେଜି ରୂପା ନେଇଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ । ତେବେ ବଡଧରଣର ଲୁଟ୍ ପରେ ଘଟଣାସ୍ଥଳରୁ ଆଖି ପିଛୁଲାକେ ଫେରାର ମାରିଥିଲେ ଲୁଟେରା । ଏହାପରେ ତୁରନ୍ତ ଡେଲାଙ୍ଗ ପୋଲିସକୁ ଖବର ଦେଇଥିଲେ ପ୍ରଶାନ୍ତ ମହାପାତ୍ର । ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ।