ସୋଆ କୃଷି ସଙ୍ଗମ–୨୦୨୪ ପୋଷ୍ଟର ଉନ୍ମୋଚିତ, ମାର୍ଚ୍ଚ ୧୨ରୁ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୃଷି ମହାବିଦ୍ୟାଳୟ ପରିସରରେ ‘ସୋଆ କୃଷି ସଙ୍ଗମ -୨୦୨୪’ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ‘ସୋଆ କୃଷି ସଙ୍ଗମ -୨୦୨୪’ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ ଭିତିକ ଜାତୀୟ ଆଲୋଚନା ଚକ୍ର, କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର, କୃଷି ପ୍ରଦର୍ଶନୀ ଓ ଏଗ୍ରି ଷ୍ଟାର୍ଟ ଅପ୍ ମିଟ୍ ସହିତ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ବ୍ୟତୀତ କୃଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ । ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, କୃଷି ସଙ୍ଗମ କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି, ସଂଯୋଜକ ଡକ୍ଟର ଅଂଶୁମାନ ଜେନାଙ୍କ ସମେତ ଏହାର ପରିଚାଳନା କମିଟିର ସଦସ୍ୟ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଲୋପାମୁଦ୍ରା ମହାନ୍ତି, ଡକ୍ଟର ଏସପି ମୋନାଲିସା ଓ ଡକ୍ଟର ସ୍ୱୟମ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । The post ସୋଆ କୃଷି ସଙ୍ଗମ–୨୦୨୪ ପୋଷ୍ଟର ଉନ୍
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କୃଷି ମହାବିଦ୍ୟାଳୟ ପରିସରରେ ‘ସୋଆ କୃଷି ସଙ୍ଗମ -୨୦୨୪’ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ‘ସୋଆ କୃଷି ସଙ୍ଗମ -୨୦୨୪’ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି ।
ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ ଭିତିକ ଜାତୀୟ ଆଲୋଚନା ଚକ୍ର, କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର, କୃଷି ପ୍ରଦର୍ଶନୀ ଓ ଏଗ୍ରି ଷ୍ଟାର୍ଟ ଅପ୍ ମିଟ୍ ସହିତ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ବ୍ୟତୀତ କୃଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯିବ ।
ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, କୃଷି ସଙ୍ଗମ କାର୍ଯ୍ୟକ୍ରମର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି, ସଂଯୋଜକ ଡକ୍ଟର ଅଂଶୁମାନ ଜେନାଙ୍କ ସମେତ ଏହାର ପରିଚାଳନା କମିଟିର ସଦସ୍ୟ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଲୋପାମୁଦ୍ରା ମହାନ୍ତି, ଡକ୍ଟର ଏସପି ମୋନାଲିସା ଓ ଡକ୍ଟର ସ୍ୱୟମ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
The post ସୋଆ କୃଷି ସଙ୍ଗମ–୨୦୨୪ ପୋଷ୍ଟର ଉନ୍ମୋଚିତ, ମାର୍ଚ୍ଚ ୧୨ରୁ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ appeared first on Prameya News7.