BSE ଓ NSE କୁ ଆତଙ୍କବାଦୀ ପନ୍ନୁର ଟାର୍ଗେଟ, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୨।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁ ପୁଣି ଥରେ ଭାରତକୁ ଖୋଲା ଧମକ ଦେଇଛି। ଏଥର ପନ୍ନୁ ତା ଧମକରେ ଭାରତର ଅର୍ଥବ୍ୟବସ୍ଥାକୁ ଟାର୍ଗେଟ କରିଛି, କହିଛି ଭାରତୀୟ ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବରବାଦ କରିଦେବ। ଏ ନେଇ ସେ ଏକ ଭିଡିଓ ମଧ୍ୟ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଖାଲିସ୍ତାନ ସମର୍ଥକ ପନ୍ନୁ ‘ସିଖ୍ ଫର ଜଷ୍ଟିସ୍’ ନାମକ ଏକ ସଂସ୍ଥା ମଧ୍ୟ ଚଳାଉଛି। ପନ୍ନୁ ଲଗାତାର ହିନ୍ଦୁ ଓ ହିନ୍ଦୁସ୍ତାନ ବିରୋଧରେ ଏପରି ବୟାନବାଜୀ କରୁଛି। ଉଲ୍ଲେଖଯୋଗ୍ୟ ଯେ ପନ୍ନୁକୁ ଭାରତରେ ଆତଙ୍କବାଦୀ ଘୋଷଣା କରାଯାଇଛି, ଏହା ସହିତ ତା ସଙ୍ଗଠନକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏଥିରେ ଏବେ ପନ୍ନୁ ଭାରତର ଆର୍ଥିକ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଧମକଭରା ଭିଡିଓ ଜାରି କରିଛି। ଏହି ଭିଡିଓରେ ସେ ମାର୍ଚ୍ଚ ୧୨ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ) ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଟାର୍ଗେଟ୍ କରିବାକୁ ଧମକ ଦେଇଛି। ଏହି ଭିଡିଓକୁ ପନ୍ନୁ ସୋମବାର ଜାରି କରିଥିଲା। ଏଥିରେ ସେ ଏବେ ଭାରତକୁ ଆର୍ଥିକ ରୂପେ ଟାର୍ଗେଟ୍ କରୁଥିବା କହିଛି। ଭିଡିଓ ବାର୍ତ୍ତାରେ ପନ୍ନୁ ଭାରତୀୟଙ୍କୁ ମାର୍ଚ୍ଚ୧୨ ତାରିଖ ପୂର୍ବରୁ ଭାରତୀୟ ଷ୍ଟକ୍‌କୁ ଡମ୍ପ କରିବାକୁ ଓ ଆମେରିକୀୟ ଷ୍ଟକ୍ କ୍ରୟ କରିବାକୁ ଅପିଲ କରିଛି। ଏଥି ପାଇଁ ପନ୍ନୁ ଯେଉଁ ଦିନ ଧାର୍ଯ୍ୟ କରିଛି ତାହା ୧୨ ମର୍ଚ୍ଚ। କାରଣ ୧୯୯୩ ମସିହାରେ ଏହି ଦିନ ମୁମ୍ବା

BSE ଓ NSE କୁ ଆତଙ୍କବାଦୀ ପନ୍ନୁର ଟାର୍ଗେଟ, ଜାଣନ୍ତୁ କହିଛି କ’ଣ?

ନୂଆଦିଲ୍ଲୀ ୨।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁ ପୁଣି ଥରେ ଭାରତକୁ ଖୋଲା ଧମକ ଦେଇଛି। ଏଥର ପନ୍ନୁ ତା ଧମକରେ ଭାରତର ଅର୍ଥବ୍ୟବସ୍ଥାକୁ ଟାର୍ଗେଟ କରିଛି, କହିଛି ଭାରତୀୟ ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବରବାଦ କରିଦେବ। ଏ ନେଇ ସେ ଏକ ଭିଡିଓ ମଧ୍ୟ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ ଖାଲିସ୍ତାନ ସମର୍ଥକ ପନ୍ନୁ ‘ସିଖ୍ ଫର ଜଷ୍ଟିସ୍’ ନାମକ ଏକ ସଂସ୍ଥା ମଧ୍ୟ ଚଳାଉଛି। ପନ୍ନୁ ଲଗାତାର ହିନ୍ଦୁ ଓ ହିନ୍ଦୁସ୍ତାନ ବିରୋଧରେ ଏପରି ବୟାନବାଜୀ କରୁଛି।

ଉଲ୍ଲେଖଯୋଗ୍ୟ ଯେ ପନ୍ନୁକୁ ଭାରତରେ ଆତଙ୍କବାଦୀ ଘୋଷଣା କରାଯାଇଛି, ଏହା ସହିତ ତା ସଙ୍ଗଠନକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏଥିରେ ଏବେ ପନ୍ନୁ ଭାରତର ଆର୍ଥିକ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଧମକଭରା ଭିଡିଓ ଜାରି କରିଛି। ଏହି ଭିଡିଓରେ ସେ ମାର୍ଚ୍ଚ ୧୨ରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ) ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଟାର୍ଗେଟ୍ କରିବାକୁ ଧମକ ଦେଇଛି। ଏହି ଭିଡିଓକୁ ପନ୍ନୁ ସୋମବାର ଜାରି କରିଥିଲା। ଏଥିରେ ସେ ଏବେ ଭାରତକୁ ଆର୍ଥିକ ରୂପେ ଟାର୍ଗେଟ୍ କରୁଥିବା କହିଛି।

ଭିଡିଓ ବାର୍ତ୍ତାରେ ପନ୍ନୁ ଭାରତୀୟଙ୍କୁ ମାର୍ଚ୍ଚ୧୨ ତାରିଖ ପୂର୍ବରୁ ଭାରତୀୟ ଷ୍ଟକ୍‌କୁ ଡମ୍ପ କରିବାକୁ ଓ ଆମେରିକୀୟ ଷ୍ଟକ୍ କ୍ରୟ କରିବାକୁ ଅପିଲ କରିଛି। ଏଥି ପାଇଁ ପନ୍ନୁ ଯେଉଁ ଦିନ ଧାର୍ଯ୍ୟ କରିଛି ତାହା ୧୨ ମର୍ଚ୍ଚ। କାରଣ ୧୯୯୩ ମସିହାରେ ଏହି ଦିନ ମୁମ୍ବାଇରେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆତଙ୍କବାଦୀ କୃତ୍ୟରେ ଶତାଧିକ ଲୋକେ ମୃତାହତ ହୋଇଥିବା ବେଳେ ଆତଙ୍କ ଖେଳିଯାଇଥିଲା। ଏଣୁ ପନ୍ନୁ ବିଏସଇ ଓ ଏନଏସଇ ଉପରେ ଆକ୍ରମଣ ନିମନ୍ତେ ମାର୍ଚ୍ଚ ୧୨ ତାରିଖକୁ ଦିନ ଧାର୍ଯ୍ୟ କରିଛି।

ଆଗାମୀ ମାର୍ଚ୍ଚ ୧୨ ତାରିଖକୁ ମୁମ୍ବାଇ ସିରିଏଲ ବିସ୍ଫୋରଣକୁ ୩୧ ବର୍ଷ ପୂରଣ ହେବ। ଏଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପନ୍ନୁ ଷ୍ଟକ୍‌ ଏକ୍ସଚେଞ୍ଜକୁ ଟାର୍ଗେଟ କରିବାକୁ ଧମକ ଦେଇଛି। ତେବେ ପନ୍ନୁର ଏପରି ଧମକ କିଛି ନୂଆ କଥା ନୁହେଁ। ସେ ଆଗରୁ ମଧ୍ୟ ଏପରି ଭିଡିଓ କରି ଭାଇରାଲ କରିଥିଲା। ଯେଉଁଥିରେ ବିମାନଯାତ୍ରା ନ କରିବାକୁ ବି ଧମକ୍ ଦେଇଥିବାର ନଜିର ଅଛି। ପନ୍ନୁ ତା ଭିଡିଓମାନଙ୍କରେ ଏକ ପୃଥକ ସିଖ ଦେଶ ଦାବି କରିଆସୁଛି।

ଜାମ୍ମୁ-କାଶ୍ମୀରକୁ ନେଇ ବସିବ ଉଚ୍ଚସ୍ତରୀୟ ବୈଠକ, ଆତଙ୍କବାଦ ମୁକାବିଲାର ହେବ ସମୀକ୍ଷା   

The post BSE ଓ NSE କୁ ଆତଙ୍କବାଦୀ ପନ୍ନୁର ଟାର୍ଗେଟ, ଜାଣନ୍ତୁ କହିଛି କ’ଣ? appeared first on Prameya News7.