ସବଲେଫ୍ଟନାଣ୍ଟ ଆସ୍ଥା ପୁନିଆ ହେଲେ ନୌସେନାର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ, ଉଡାଇବେ ଯୁଦ୍ଧବିମାନ

ବିଶାଖାପାଟଣା ୪।୭: ଭାରତୀୟ ନୌସେନା ପ୍ରଥମ ଥର ମହିଳା ଫାଇଟର ପାଇଲଟଙ୍କୁ ନିଯୁକ୍ତି  ଦେଇଛି। ସବ୍ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନା ଫାଇଟର ପ୍ଲେନ୍ ପାଇଲଟ ନିଯୁକ୍ତ କରାଯାଇଛି । ଇଣ୍ଡିଆନ ନେଭିର ପରୀକ୍ଷଣ ବିମାନ (ଟୋହି) ଓ ହେଲିକପ୍ଟର ଷ୍ଟ୍ରିମରେ ପୂର୍ବରୁ ମହିଳା ପାଇଲଟ ଅଛନ୍ତି। ହେଲେ ନୌସେନାର ଫାଇଟର ପ୍ଲେନ ଉଡାଇବାରେ ଆସ୍ଥା ପୁନିଆ ଦେଶର ପ୍ରଥମ ମହିଳା ପାଇଲଟ। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି।  ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ ଅଧ୍ୟାୟ ସଂଯୁକ୍ତ ହୋଇଛି। ଭାରତୀୟ ନୌସେନା ଇଣ୍ଡିଆନ ନାଭାଲ ଏୟାର ଷ୍ଟେସନରେ ଦ୍ୱିତୀୟ ବେସିକ୍ ହକ୍ କନଭର୍ସନ କୋର୍ସ ସମାପନ ସହିତ ଏକ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନା କରିଛି। ଲେଫ୍ଟନାଣ୍ଟ ଅତୁଲ କୁମାର ଢୁଲ ଓ ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ରିୟର ଆଡମିରାଲ ଜନକ ବେଭଲୀ’ୱିଙ୍ଗସ ଅଫ ଗୋଲ୍ଡ’ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି’। ଆସ୍ଥାଙ୍କୁ କେଉଁ ଫାଇଟର ପ୍ଲେନ ମିଳିବ ତାହା ଏ ପର୍ଯ୍ୟନ୍ତ ଅଧିକାରୀକ ଭାବେ ସ୍ପଷ୍ଟ ହୋଇ ନାହିଁ। ତେବେ ଭାରତୀୟ ନୌସେନାର କେତେକ ଖାସ ପ୍ରକାରର ଫାଇଟର ପ୍ଲେନ ରହିଛି। ଏଗୁଡିକ ଆଇଏନଏସ ବିକ୍ରମାଦିତ୍ୟ ଓ ଆଇଏନଏସ ବିକ୍ରାନ୍ତରେ ମୁତୟନ ର

ସବଲେଫ୍ଟନାଣ୍ଟ ଆସ୍ଥା ପୁନିଆ ହେଲେ ନୌସେନାର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ, ଉଡାଇବେ ଯୁଦ୍ଧବିମାନ

ବିଶାଖାପାଟଣା ୪।୭: ଭାରତୀୟ ନୌସେନା ପ୍ରଥମ ଥର ମହିଳା ଫାଇଟର ପାଇଲଟଙ୍କୁ ନିଯୁକ୍ତି  ଦେଇଛି। ସବ୍ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନା ଫାଇଟର ପ୍ଲେନ୍ ପାଇଲଟ ନିଯୁକ୍ତ କରାଯାଇଛି । ଇଣ୍ଡିଆନ ନେଭିର ପରୀକ୍ଷଣ ବିମାନ (ଟୋହି) ଓ ହେଲିକପ୍ଟର ଷ୍ଟ୍ରିମରେ ପୂର୍ବରୁ ମହିଳା ପାଇଲଟ ଅଛନ୍ତି। ହେଲେ ନୌସେନାର ଫାଇଟର ପ୍ଲେନ ଉଡାଇବାରେ ଆସ୍ଥା ପୁନିଆ ଦେଶର ପ୍ରଥମ ମହିଳା ପାଇଲଟ। 

ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି।  ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ ଅଧ୍ୟାୟ ସଂଯୁକ୍ତ ହୋଇଛି। ଭାରତୀୟ ନୌସେନା ଇଣ୍ଡିଆନ ନାଭାଲ ଏୟାର ଷ୍ଟେସନରେ ଦ୍ୱିତୀୟ ବେସିକ୍ ହକ୍ କନଭର୍ସନ କୋର୍ସ ସମାପନ ସହିତ ଏକ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନା କରିଛି। ଲେଫ୍ଟନାଣ୍ଟ ଅତୁଲ କୁମାର ଢୁଲ ଓ ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ରିୟର ଆଡମିରାଲ ଜନକ ବେଭଲୀ’ୱିଙ୍ଗସ ଅଫ ଗୋଲ୍ଡ’ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି’। 

ଆସ୍ଥାଙ୍କୁ କେଉଁ ଫାଇଟର ପ୍ଲେନ ମିଳିବ ତାହା ଏ ପର୍ଯ୍ୟନ୍ତ ଅଧିକାରୀକ ଭାବେ ସ୍ପଷ୍ଟ ହୋଇ ନାହିଁ। ତେବେ ଭାରତୀୟ ନୌସେନାର କେତେକ ଖାସ ପ୍ରକାରର ଫାଇଟର ପ୍ଲେନ ରହିଛି। ଏଗୁଡିକ ଆଇଏନଏସ ବିକ୍ରମାଦିତ୍ୟ ଓ ଆଇଏନଏସ ବିକ୍ରାନ୍ତରେ ମୁତୟନ ରହିଛନ୍ତି। ଭାରତୀୟ ନୌସେନାର ମିଗ୍-୨୯ ଫାଇଟର ଏୟାରକ୍ରାଫ୍ଟ ରହିଛି। ଏହି ଫାଇଟର ପ୍ଲେନ ବିଶେଷ ରୂପେ ଡିଜାଇନ ହୋଇଛି। ଏହାର କମ୍ବାଟ ରେଞ୍ଜ ୭୨୨ କିଲୋମିଟର ହୋଇଥିବା ବେଳେ ସାଧାରଣ ରେଞ୍ଜ ୨୩୪୬ କିଲୋମିଟରର। ଏହା ୪୫୦ କିଲୋଗ୍ରାମ ଓଜନର ୪ଟି ବମ, କ୍ଷେପଣାସ୍ତ୍ର ଓ ଅନ୍ୟ ଅସ୍ତ୍ରଶସ୍ତ୍ର ନେଇ ଯିବାକୁ ସକ୍ଷମ।