ଟ୍ରକକୁ ଧକ୍କା ଦେଲା ପିକ୍-ଅପ୍ ଭ୍ୟାନ୍, ଦୁର୍ଘଟଣାରେ ଡ୍ରାଇଭର ମୃତ
ଟାଙ୍ଗୀ ୦୩।୦୪ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଜାତୀୟ ରାଜପଥର ନୂଆଗଡ଼ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ପିକ୍-ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣେ ଡ୍ରାଇଭର, ସେ ପଶ୍ଚିମବଙ୍ଗର ତପନ କୁମାର ପଣ୍ଡା ବୋଲି ଜଣାପଡିଛି । ଖବର ଅନୁଯାୟୀ, ନୂଆଗଡ଼ ଛକ ନିକଟ ରାସ୍ତା କଡ଼ରେ ଏକ ମାଲ୍ ବୋଝେଇ ଟ୍ରକ ରହିଥିଲା । ଏହି ସମୟରେ ପଛପଟୁ ଏକ୍ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଡ୍ରାଇଭର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ତପନ କୁମାର ପଣ୍ଡା । ପିକ୍-ଅପ୍ ଭ୍ୟାନ୍ ଚାଳକଙ୍କ ବେପାରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ବାଲୁଗାଁ ପୋଲିସ ପକ୍ଷରୁ ମୃତକ ପରିବାରକୁ ଅବଗତ କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ , ମୃତକ ଜଣକ ଗାଡ଼ି ମଧ୍ୟରେ ଚାପି ହୋଇ ରହିଥିଲେ । ତେଣୁ ସ୍ଥାନୀୟ ଦମକଳ ବାହିନୀ ପକ୍ଷରୁ ମୃତକଙ୍କୁ ଉଦ୍ଧାର କରାଯାଇଛି ।
ଟାଙ୍ଗୀ ୦୩।୦୪ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଜାତୀୟ ରାଜପଥର ନୂଆଗଡ଼ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ପିକ୍-ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣେ ଡ୍ରାଇଭର, ସେ ପଶ୍ଚିମବଙ୍ଗର ତପନ କୁମାର ପଣ୍ଡା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ନୂଆଗଡ଼ ଛକ ନିକଟ ରାସ୍ତା କଡ଼ରେ ଏକ ମାଲ୍ ବୋଝେଇ ଟ୍ରକ ରହିଥିଲା । ଏହି ସମୟରେ ପଛପଟୁ ଏକ୍ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଡ୍ରାଇଭର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ତପନ କୁମାର ପଣ୍ଡା । ପିକ୍-ଅପ୍ ଭ୍ୟାନ୍ ଚାଳକଙ୍କ ବେପାରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସେପଟେ ବାଲୁଗାଁ ପୋଲିସ ପକ୍ଷରୁ ମୃତକ ପରିବାରକୁ ଅବଗତ କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ , ମୃତକ ଜଣକ ଗାଡ଼ି ମଧ୍ୟରେ ଚାପି ହୋଇ ରହିଥିଲେ । ତେଣୁ ସ୍ଥାନୀୟ ଦମକଳ ବାହିନୀ ପକ୍ଷରୁ ମୃତକଙ୍କୁ ଉଦ୍ଧାର କରାଯାଇଛି ।