ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣା, ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା ୧୫।୦୬ : ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍‌ ଘଟଣା । ଜଣେ ଅଭିଯୁକ୍ତକୁ ଗିରଫ କଲା ରାଉରକେଲା ଥାନା ପୋଲିସ । ଗିରଫ ଅଭିଯୁକ୍ତ ବାଙ୍କୋ ଗାଁର ଜର୍ଜ ମୁଣ୍ଡା । ବିସ୍ଫୋରକ ବିଷୟରେ ମାଓବାଦୀଙ୍କୁ ଖବର ଦେଇଥିଲେ ଅଭିଯୁକ୍ତ ।ଖବର ଅନୁଯାୟୀ, ଗତ ୨୭ ତାରିଖରେ ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍‌ କରିନେଇଥିଲେ ୪୦ ରୁ ୫୦ ବନ୍ଧୁକଧାରୀ ମାଓବାଦୀ । ଯେଉଁଥିରେ ସାମିଲ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ । ପୂର୍ବରୁ ଲଗାତର ଭାବରେ ପଥର ଖଣିକୁ ବିରୋଧ ଆସୁଥିଲେ ବାଙ୍କୋ ଗାଁ ଲୋକ । ଏବେ ପୋଲିସ ଘଟଣାର ତଦନ୍ତ କରି ଜଣେ ମାଓ ସମର୍ଥକକୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର ବାଙ୍କୋ ଗାଁରେ ବୋଲି ଜଣାପଡିଛି । ପଥର ଖଣି ସମ୍ମୁଖରେ ଜର୍ଜ ମୁଣ୍ଡାଙ୍କ ଘର । ସେ ବାରମ୍ବାର ମାଓବାଦୀ ସହ ରଖିଥିଲେ ସଂପର୍କ । ଆଉ ବିସ୍ଫୋର ଲୁଟ୍‌ କରିବା ପାଇଁ ମାଓବାଦୀଙ୍କ ସହାୟତା ନେଇଥିଲେ । ଯାହାପରେ ମାଓବାଦୀମାନେ ବିସ୍ଫୋରକ ଲୁଟ କରିଥିଲେ ।    ଗିରଫ ଜର୍ଜ ମୁଣ୍ଡାଙ୍କ ବିରୋଦରେ ମାମଲା ରୁଜୁ କରିଛି ପୋଲିସ । ବାକି ଅନ୍ୟପଟେ ଝାଡଖଣ୍ଡ ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଲୁଟ୍‌ ବିସ୍ଫୋରକ ମଧ୍ୟରୁ ୩୮୧୧.୩୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ । 

ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣା, ଜଣେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା ୧୫।୦୬ : ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍‌ ଘଟଣା । ଜଣେ ଅଭିଯୁକ୍ତକୁ ଗିରଫ କଲା ରାଉରକେଲା ଥାନା ପୋଲିସ । ଗିରଫ ଅଭିଯୁକ୍ତ ବାଙ୍କୋ ଗାଁର ଜର୍ଜ ମୁଣ୍ଡା । ବିସ୍ଫୋରକ ବିଷୟରେ ମାଓବାଦୀଙ୍କୁ ଖବର ଦେଇଥିଲେ ଅଭିଯୁକ୍ତ ।

ଖବର ଅନୁଯାୟୀ, ଗତ ୨୭ ତାରିଖରେ ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍‌ କରିନେଇଥିଲେ ୪୦ ରୁ ୫୦ ବନ୍ଧୁକଧାରୀ ମାଓବାଦୀ । ଯେଉଁଥିରେ ସାମିଲ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ । ପୂର୍ବରୁ ଲଗାତର ଭାବରେ ପଥର ଖଣିକୁ ବିରୋଧ ଆସୁଥିଲେ ବାଙ୍କୋ ଗାଁ ଲୋକ । ଏବେ ପୋଲିସ ଘଟଣାର ତଦନ୍ତ କରି ଜଣେ ମାଓ ସମର୍ଥକକୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର ବାଙ୍କୋ ଗାଁରେ ବୋଲି ଜଣାପଡିଛି । ପଥର ଖଣି ସମ୍ମୁଖରେ ଜର୍ଜ ମୁଣ୍ଡାଙ୍କ ଘର । ସେ ବାରମ୍ବାର ମାଓବାଦୀ ସହ ରଖିଥିଲେ ସଂପର୍କ । ଆଉ ବିସ୍ଫୋର ଲୁଟ୍‌ କରିବା ପାଇଁ ମାଓବାଦୀଙ୍କ ସହାୟତା ନେଇଥିଲେ । ଯାହାପରେ ମାଓବାଦୀମାନେ ବିସ୍ଫୋରକ ଲୁଟ କରିଥିଲେ ।    

ଗିରଫ ଜର୍ଜ ମୁଣ୍ଡାଙ୍କ ବିରୋଦରେ ମାମଲା ରୁଜୁ କରିଛି ପୋଲିସ । ବାକି ଅନ୍ୟପଟେ ଝାଡଖଣ୍ଡ ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଲୁଟ୍‌ ବିସ୍ଫୋରକ ମଧ୍ୟରୁ ୩୮୧୧.୩୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।