ଦେବଗଡ଼: ବିଜେଡି ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସରପଞ୍ଚ ସଂଘର ମୁଖ୍ୟ ପରାମର୍ଶଦାତା

ଦେବଗଡ଼: ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବହୁ ନେତା ନିଜ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଏହି ଦଳ ବଦଳରେ ସାମିଲ ହୋଇଛନ୍ତି ଦେବଗଡ ଜିଲ୍ଲାର ଜଣେ ନେତା । ଦେବଗଡ଼ ଜିଲ୍ଲା ସରପଞ୍ଚ ସଂଘ ସଭାପତି ତଥା ରାଜ୍ୟ ସରପଞ୍ଚ ସଂଘର ମୁଖ୍ୟ ପରାମର୍ଶ  ସତ୍ୟ ନାରାୟଣ ପାଣି ବିଜେଡି ଛାଡି ବିଜେପିରେ ଯୋଗଦାନ କରିଛନ୍ତି। Also read: ବିରମିତ୍ରପୁରରେ ପାଣ୍ଡିଆନ୍‌ଙ୍କ ଜନସଭା : କହିଲେ- ସାରା ଦେଶରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ, ତାଙ୍କ କାମକୁ କେନ୍ଦ୍ର ଅନୁସରଣ କରେ..ଶନିବାର ସତ୍ୟ ନାରାୟଣଙ୍କୁ ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ  ବିଜେପି   ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ନାରାୟଣଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆୟୋଜିତ  ଏହି ସମ୍ବର୍ଦ୍ଧନା ସଭାରେ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, କାଉନସିଲର ଇତିଶ୍ରୀ ମିଶ୍ର, ବରିଷ୍ଠ ନେତା ସୁଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସତ୍ୟ ନାରାୟଣ ଦେବଗଡ ଜିଲ୍ଲାର ବିକାଶ ପାଇଁ ସେ ବିଜେପିରେ ଯୋଗଦାନ କରିଥିବା କହିଛନ୍ତି ।

ଦେବଗଡ଼: ବିଜେଡି ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସରପଞ୍ଚ ସଂଘର ମୁଖ୍ୟ ପରାମର୍ଶଦାତା

ଦେବଗଡ଼: ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବହୁ ନେତା ନିଜ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ଏହି ଦଳ ବଦଳରେ ସାମିଲ ହୋଇଛନ୍ତି ଦେବଗଡ ଜିଲ୍ଲାର ଜଣେ ନେତା । ଦେବଗଡ଼ ଜିଲ୍ଲା ସରପଞ୍ଚ ସଂଘ ସଭାପତି ତଥା ରାଜ୍ୟ ସରପଞ୍ଚ ସଂଘର ମୁଖ୍ୟ ପରାମର୍ଶ  ସତ୍ୟ ନାରାୟଣ ପାଣି ବିଜେଡି ଛାଡି ବିଜେପିରେ ଯୋଗଦାନ କରିଛନ୍ତି। 

Also read: ବିରମିତ୍ରପୁରରେ ପାଣ୍ଡିଆନ୍‌ଙ୍କ ଜନସଭା : କହିଲେ- ସାରା ଦେଶରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ, ତାଙ୍କ କାମକୁ କେନ୍ଦ୍ର ଅନୁସରଣ କରେ..

ଶନିବାର ସତ୍ୟ ନାରାୟଣଙ୍କୁ ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ  ବିଜେପି   ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ନାରାୟଣଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁଙ୍କ ନେତୃତ୍ଵରେ ଆୟୋଜିତ  ଏହି ସମ୍ବର୍ଦ୍ଧନା ସଭାରେ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, କାଉନସିଲର ଇତିଶ୍ରୀ ମିଶ୍ର, ବରିଷ୍ଠ ନେତା ସୁଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସତ୍ୟ ନାରାୟଣ ଦେବଗଡ ଜିଲ୍ଲାର ବିକାଶ ପାଇଁ ସେ ବିଜେପିରେ ଯୋଗଦାନ କରିଥିବା କହିଛନ୍ତି ।