କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରିଛି। କିନ୍ତୁ କଂଗ୍ରେସ ପ୍ରଦେଶ କମିଟି ଭଙ୍ଗ କରାଯାଇଥିବାରୁ ପିସିସି ସଭାପତି କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ସମୟରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବଡ଼ ବୟାନ ଦେଇଛନ୍ତି। ନୂଆ ପିସିସି ସଭାପତି ଚୟନ ନେଇ ବିଧାୟିକା […] The post କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର appeared first on Dharitri Odia News.

କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିଯୁକ୍ତି କରିଛି। କିନ୍ତୁ କଂଗ୍ରେସ ପ୍ରଦେଶ କମିଟି ଭଙ୍ଗ କରାଯାଇଥିବାରୁ ପିସିସି ସଭାପତି କିଏ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ସମୟରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବଡ଼ ବୟାନ ଦେଇଛନ୍ତି।

ନୂଆ ପିସିସି ସଭାପତି ଚୟନ ନେଇ ବିଧାୟିକା ସୋଫିଆ କହିଛନ୍ତି, ବାପାଙ୍କ ଭଳି ନେତା ପିସିସି ମୁଖ୍ୟ ହୁଅନ୍ତୁ । ପୂର୍ବତନ ବିଧାୟକ ମହମ୍ମନ ମୋକିମଙ୍କ ଭଳି ନେତା ପିସିସି ସଭାପତି ହେବା ଦରକାର । ତାଙ୍କ ଜନସମ୍ପର୍କ ପାଇଁ କଟକ ଭଳି ସହରରୁ ଆମେ ଦୁଇ ଥର ଜିତିଛୁ । ସେହିଭଳି ନେତା କଂଗ୍ରେସର ନେତୃତ୍ୱ ନେବା ଦରକାର।

The post କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର appeared first on Dharitri Odia News.