ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାର ପ୍ଲାଟଫର୍ମରେ ରିୟଲ ଟାଇମ୍‌ରେ ୫ କୋଟିରୁ ଅଧିକ ଦର୍ଶକ ବିଶ୍ୱକପ୍‌ ଫାଇନାଲ ଦେଖିଥିଲେ। ଡିଜ୍‌ନୀ ଷ୍ଟାର ନିକଟରେ ଆଇସିସି ମ୍ୟାଚ୍‌ର ଟେଲିଭିଜନ ରାଇଟ୍ସ ରହିଛି। ଫାଇନାଲ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ବିଜ୍ଞାପନ ଲାଗି ୧୦ ସେକେଣ୍ଡକୁ ୨୫ରୁ […] The post ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା appeared first on Dharitri Odia News.

ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାର ପ୍ଲାଟଫର୍ମରେ ରିୟଲ ଟାଇମ୍‌ରେ ୫ କୋଟିରୁ ଅଧିକ ଦର୍ଶକ ବିଶ୍ୱକପ୍‌ ଫାଇନାଲ ଦେଖିଥିଲେ।

ଡିଜ୍‌ନୀ ଷ୍ଟାର ନିକଟରେ ଆଇସିସି ମ୍ୟାଚ୍‌ର ଟେଲିଭିଜନ ରାଇଟ୍ସ ରହିଛି। ଫାଇନାଲ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ବିଜ୍ଞାପନ ଲାଗି ୧୦ ସେକେଣ୍ଡକୁ ୨୫ରୁ ୩୦ ଲକ୍ଷ ଚାର୍ଜ କରିଥିଲା। ଏମିତି ଦେଖିଲେ ମ୍ୟାଚ୍‌ ସମୟରେ ବିଜ୍ଞାପନ ଲାଗି ପ୍ରତି ସେକେଣ୍ଡ ପାଇଁ ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କା ରୋଜଗାର କରିଛି।

ବିଶ୍ୱକପ୍‌ ସମୟରେ ବିଜ୍ଞାପନ ଚଳାଇବା ଲାଗି ଷ୍ଟାର ସ୍ପୋଟ୍ସ ୧୦ ସେକେଣ୍ଡକୁ ୧୩ରୁ ୨୬ ଲକ୍ଷ ଟଙ୍କା ଚାର୍ଜ କରିଥିଲା। ହେଲେ ଭାରତ ଫାଇନାଲରେ ପ୍ରବେଶ କରିବା ପରେ କମ୍ପାନୀ ଏହାର ବିଜ୍ଞାପନ ମୂଲ୍ୟକୁ ବଢ଼ାଇ ଦେଇଥିଲା। ଏଣୁ ଯଦି ଭାରତ ଫାଇନାଲ ନ ଖେଳିଥାନ୍ତା, ଡିଜନୀର ବଡ଼ କ୍ଷତି ହୋଇଥାନ୍ତା।

ଦେଖିବାକୁ ଗଲେ ଟୁର୍ନାମେଣ୍ଟରେ ଖେଳାଯାଇଥିବା ୫୫ ମ୍ୟାଚ୍‌ ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ୧୦ ସେକେଣ୍ଡ ସ୍ଲଟ୍‌ ପାଇଁ ୧୩ରୁ ୨୬ ଲକ୍ଷର ବିଜ୍ଞାପନ ମିଳିଥିଲା। ସେହିଭଳି ଅନ୍ୟ ଦେଶର ମ୍ୟାଚ୍‌ ପାଇଁ ବିଜ୍ଞାପନ ଲାଗି ସେକେଣ୍ଡ ପିଛା ୬.୫ ରୁ ୭ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା।

The post ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା appeared first on Dharitri Odia News.