ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୧୪ା୨: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ନିକଟକରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ କରିଥିଲା। ତେବେ କେଉଁ କାରଣ ପାଇଁ ପ୍ରମିଳା ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନ ଥିଲେ ସୁଦ୍ଧା ପ୍ରମଳାଙ୍କୁ ଇଡି ଭୟ ଘାରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସୂଚନାନୁସାରେ, ଗତ ବର୍ଷ ଡିସେମ୍ବର ୧୮ରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ […] The post ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ appeared first on Dharitri Odia News.

ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୧୪ା୨: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ନିକଟକରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ କରିଥିଲା। ତେବେ କେଉଁ କାରଣ ପାଇଁ ପ୍ରମିଳା ଆଗୁଆ ଜାମିନ ଆବେଦନ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନ ଥିଲେ ସୁଦ୍ଧା ପ୍ରମଳାଙ୍କୁ ଇଡି ଭୟ ଘାରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସୂଚନାନୁସାରେ, ଗତ ବର୍ଷ ଡିସେମ୍ବର ୧୮ରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ କରିଥିଲା ।‘ବିଶ୍ୱ’ (Bharat integrated social welfare agency) ନାମକ ଏନ୍‌ଜିଓ ଉପରେ ଇଡି ଚଢ଼ାଉ କରିଥିଲା। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଥିଲା।

‘ବିଶ୍ୱ’ ବିରୋଧରେ ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା।। ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ ପ୍ରମିଳାଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକ।

The post ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ appeared first on Dharitri Odia News.