ସରଯୁ ନଦୀରେ ଜଳ ସମାଧି ନେଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ, Watch Video

ଅଯୋଧ୍ୟା ୧୩।୨: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଗୁରୁବାର ସରଯୁ ନଦୀରେ ଜଳ ସମାଧି ଦିଆଯାଇଛି। ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ନିମନ୍ତେ ସରଯୁ ଘାଟରେ ରଖା ଯାଇଥିଲା। ସ୍ନାନ କରାଇବା ପରେ ତାଙ୍କୁ ଜଳ ସମାଧି ଦିଆଯାଇଛି। ଏହା ପୂର୍ବରୁ ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦ ଓ ରାଜ୍ୟମନ୍ତ୍ରୀ ସତୀଶ ଶର୍ମା ସକାଳେ ତାଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସନ୍ଥ ସମାଜର ଲୋକେ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିବାକୁ ପହଞ୍ଚିଥିଲେ। ମଧ୍ୟାହ୍ନରେ ତାଙ୍କ ପାର୍ଥୀବ ଶରୀରକୁ ରଥ ଉପରେ ବିରାଜମାନ କରାଯାଇଥିଲା। ପରେ ଶବ ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଶେଷ ଦର୍ଶନ ନିମନ୍ତେ ଅଯୋଧ୍ୟାର ଲୋକେ ଗଳିକନ୍ଦିରେ ଛିଡା ହୋଇଥିଲେ। ଲୋକେ ମର ଶରୀର ଉପରେ ପୁଷ୍ପବୃଷ୍ଟି କରିଥିଲେ। ସରଯୁ କୂଳରେ ଶହଶହ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ସାରା ଜୀବନ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ନିମନ୍ତେ ଅର୍ପଣ କରିଥିବା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକରେ ଅଯୋଧ୍ୟାରେ ଶୋକର ଲହରୀ ଖେଳି ଯାଇଛି। #WATCH | Acharya Satyendra Das, the chief priest of Ayodhya Ram temple, who passed away yesterday, given 'Jal Samadhi' in Saryu river in UP's Ayodhya pic.twitter.com/zrYkaLZUrT— ANI (@ANI) February 13, 2025ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ୧୯୯୨ ମସିହାରେ ଅଯୋଧ୍

ସରଯୁ ନଦୀରେ ଜଳ ସମାଧି ନେଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ, Watch Video

ଅଯୋଧ୍ୟା ୧୩।୨: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଗୁରୁବାର ସରଯୁ ନଦୀରେ ଜଳ ସମାଧି ଦିଆଯାଇଛି। ତାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ନିମନ୍ତେ ସରଯୁ ଘାଟରେ ରଖା ଯାଇଥିଲା। ସ୍ନାନ କରାଇବା ପରେ ତାଙ୍କୁ ଜଳ ସମାଧି ଦିଆଯାଇଛି। ଏହା ପୂର୍ବରୁ ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦ ଓ ରାଜ୍ୟମନ୍ତ୍ରୀ ସତୀଶ ଶର୍ମା ସକାଳେ ତାଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସନ୍ଥ ସମାଜର ଲୋକେ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିବାକୁ ପହଞ୍ଚିଥିଲେ। 

ମଧ୍ୟାହ୍ନରେ ତାଙ୍କ ପାର୍ଥୀବ ଶରୀରକୁ ରଥ ଉପରେ ବିରାଜମାନ କରାଯାଇଥିଲା। ପରେ ଶବ ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଶେଷ ଦର୍ଶନ ନିମନ୍ତେ ଅଯୋଧ୍ୟାର ଲୋକେ ଗଳିକନ୍ଦିରେ ଛିଡା ହୋଇଥିଲେ। ଲୋକେ ମର ଶରୀର ଉପରେ ପୁଷ୍ପବୃଷ୍ଟି କରିଥିଲେ। ସରଯୁ କୂଳରେ ଶହଶହ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ସାରା ଜୀବନ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ନିମନ୍ତେ ଅର୍ପଣ କରିଥିବା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକରେ ଅଯୋଧ୍ୟାରେ ଶୋକର ଲହରୀ ଖେଳି ଯାଇଛି। 


ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ୧୯୯୨ ମସିହାରେ ଅଯୋଧ୍ୟା ରାମ ଜନ୍ମଭୂମି ମୁଖ୍ୟ ପୂଜାରୀ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ଶେ ସଂସ୍କୃତ ଶିକ୍ଷକ ଥିଲେ। ୧୯୯୨ ମସିହାରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଯେତେବେଳେ ରାମ ଜନ୍ମଭୂମି ପୂଜାରୀ ହେଲେ ସେତେବେଳେ ରାମ ଲଲ୍ଲାଙ୍କ ମୂର୍ତ୍ତି ଟେଣ୍ଟରେ ଥିଲା। ଯେତେବେଳେ ବାବ୍ରି ମସଜିଦ ଭଙ୍ଗା ଗଲେ ସେଠାରୁ ରାମ ଲଲ୍ଲାଙ୍କ ମୂର୍ତ୍ତି ନେଇ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ସେଠାରୁ ପଳାଇଥିଲେ। 


ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାମ ଲଲ୍ଲାଙ୍କ ସେବା ଏକ ବାଳକ ରୂପେ କରୁଥିଲେ। ଏଥି ପାଇଁ ସେ କୌଣସି ପାରିତୋଷିକ ନେଉ ନଥିଲେ। ସେ ନିଜ ପଇସାରେ ରାମଲଲ୍ଲାଙ୍କ ନୀତିକାନ୍ତି କରୁଥିଲେ। ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ପରେ ଏବେ କେବଳ ତାଙ୍କ ଭାଇ ଅଛନ୍ତି। ସେ କେବଳ ପର୍ବ ପର୍ବାଣୀରେ ଘରକୁ ଯାଉଥିଲେ।