ଓଲଟିଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର
ଭୁବନେଶ୍ୱର 15/07 : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଉତ୍ତରା- ନିମାପଡ଼ା ରାସ୍ତା ସରିପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ପରିବା ବୋଝେଇ ଡାଲା ଅଟୋ ଓଲଟି ପଡ଼ିଛି। ଏଥିରେ ଅଟୋ ଚାଳକ ଗୁରୁତର ଭାବେ ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର କରିଛନ୍ତି ଡାକ୍ତର । ସୂଚନା ଅନୁଯାଇ ଏକ ଡାଲା ଅଟୋ ପରିବା ଲୋଡ୍ କରି ଆସୁଥିଲା । ସରିପୁର ଛକ ନିକଟରେ ଅଟୋ ଟି ଭାରସାମ୍ୟ ହରାଇଥିଲା। ପ୍ରଥମେ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲା । ପରେ ରାସ୍ତା ଉପରେ ଓଲଟି ପଡିଥିଲା । ଏଥିରେ ଅଟୋ ଚାଳକ ଗୁରୁତର ଭାବେ ଆହାତ ହୋଇଥିଲେ । ଅଟୋରେ ଥିବା ତାଙ୍କ ସହଯୋଗୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।Also Read- ଟ୍ରକକୁ ପିଟିଲା କାର ; ୨ ମୃତ, ୨ ଜଣ ଗୁରୁତର
ଭୁବନେଶ୍ୱର 15/07 : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଉତ୍ତରା- ନିମାପଡ଼ା ରାସ୍ତା ସରିପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ପରିବା ବୋଝେଇ ଡାଲା ଅଟୋ ଓଲଟି ପଡ଼ିଛି। ଏଥିରେ ଅଟୋ ଚାଳକ ଗୁରୁତର ଭାବେ ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଯୁବକଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର କରିଛନ୍ତି ଡାକ୍ତର ।
ସୂଚନା ଅନୁଯାଇ ଏକ ଡାଲା ଅଟୋ ପରିବା ଲୋଡ୍ କରି ଆସୁଥିଲା । ସରିପୁର ଛକ ନିକଟରେ ଅଟୋ ଟି ଭାରସାମ୍ୟ ହରାଇଥିଲା। ପ୍ରଥମେ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇଥିଲା । ପରେ ରାସ୍ତା ଉପରେ ଓଲଟି ପଡିଥିଲା । ଏଥିରେ ଅଟୋ ଚାଳକ ଗୁରୁତର ଭାବେ ଆହାତ ହୋଇଥିଲେ । ଅଟୋରେ ଥିବା ତାଙ୍କ ସହଯୋଗୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
Also Read- ଟ୍ରକକୁ ପିଟିଲା କାର ; ୨ ମୃତ, ୨ ଜଣ ଗୁରୁତର