ଏମ୍‌ଜି ଅଷ୍ଟର ୨୦୨୫ ଲଞ୍ଚ୍: ସୁହାଇଲା ଭଳି ଦାମ ସହ ଜବରଦସ୍ତ ଫିଚର

ନୂଆଦିଲ୍ଲୀ: ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ (JSW MG moter india) ଅପଡେଟ୍‌ ଭର୍ସନ ସହ ଲଞ୍ଚ୍ କରିଛି ଅଷ୍ଟର ୨୦୨୫ ଏସ୍‌ୟୁଭି(Astor 2025)। ଯାହାର ଏକ୍ସ-ସୋରୁମ୍ ମୂଲ୍ୟ ୯,୯୯,୮୦୦ ଟଙ୍କା ରହିଛି। ମିଡ୍ ସାଇଡ୍ ଏସ୍‌ୟୁଭି ସେଗ୍‌ମେଣ୍ଟରେ ଏମ୍‌ଡି ଆଷ୍ଟର ହ୍ୟୁଣ୍ଡାଇ କ୍ରେଟା, କିଆ ସେଲଟସ, ମାରୁତୀ ସୁଜୁକୀ ଗ୍ରାଣ୍ଡ ଭିଟାରା, ଟୟୋଟା ଅର୍ବାନ୍ କ୍ରୁଜର୍ ହାଇରାଇଡର୍, ଟାଟା କର୍ଭଭ, ହୋଣ୍ଡା ଏଲିଭେଟ, ସ୍କୋଡା କୁଶାକ ଏବଂ ଭୋକ୍ସୱାଗନ୍ ତାଇଗୁନକୁ ଟକ୍କର ଦେବ। ଆଷ୍ଟର ୨୦୨୫ର ସାଇନ୍ ଭାରିଆଣ୍ଟରେ ଏକ ପାନୋରାମିକ୍ ସନରୁଫ୍ ଦିଆଯାଇଛି,ଯାହ ଏହି ସେଗମେଣ୍ଟରେ ସବୁଠାରୁ ସୁଲଭ ମୂଲ୍ୟରେ ମିଳୁଛି। ଏଥିରେ ଏବେ ଛଅଟି ସ୍ପିକର୍ ମଧ୍ୟ ଅଛି। ସିଲେକ୍ଟ ଭାରିଆଣ୍ଟରେ ଛଅଟି ଏୟାରବ୍ୟାଗ୍ ଏବଂ ଆଇଭରି ଲେଦର ସିଟ୍ ରହିଛି। ଏମ୍‌ଜି ଆଷ୍ଟରରେ ଦୁଇଟି ଇଞ୍ଜିନ୍ ବିକଳ୍ପ ଅଛି -୧.୫-ଲିଟର ଏନ୍‌ଏ ପେଟ୍ରୋଲ୍ (୧୧୦ପିଏସ ଏବଂ ୧୪୪ଏନଏମ୍) ଏବଂ ୧.୪-ଲିଟର ଟର୍ବୋ ପେଟ୍ରୋଲ୍ (୧୪୦ପିଏସ୍ ଏବଂ ୨୨୦Nm) ଇଞ୍ଜିନ ଦିଆଯାଇଛି।NA ପେଟ୍ରୋଲ୍ ୟୁନିଟ୍ ୫-ସ୍ପିଡ୍ ଏମ୍‌ଟି ଏବଂ CVT ଚଏସ ସୁବିଧା ଅପସନ ରହିଛି। ସେହିପରି ଟର୍ବୋ ପେଟ୍ରୋଲ୍ ୟୁନିଟ୍‌ରେ କେବଳ ୬-ସ୍ପିଡ୍ AT ରହିଛି।ଏହି କାର୍‌ଟି  ସ୍ପ୍ରିଣ୍ଟ, ସାଇନ୍, ସିଲେକ୍ଟ, ଶାର୍ପ ପ୍ରୋ ଏବଂ ସାଭି ପ୍ରୋ ଭାରିଆଣ୍ଟରେ ଲଞ୍ଚ ହୋଇଛି। ଏମ୍‌ଜି ଆଷ୍ଟରର ମୂଲ୍ୟ (ଏକ୍ସ-ଶୋରୁମ୍) ମୂଲ୍ୟ ୧୦ରୁ ୧୫ ଲକ୍

ଏମ୍‌ଜି ଅଷ୍ଟର ୨୦୨୫ ଲଞ୍ଚ୍: ସୁହାଇଲା ଭଳି ଦାମ ସହ ଜବରଦସ୍ତ ଫିଚର

ନୂଆଦିଲ୍ଲୀ: ଜେଏସ୍‌ଡବ୍ଲୁ ଏମ୍‌ଜି ମୋଟର ଇଣ୍ଡିଆ (JSW MG moter india) ଅପଡେଟ୍‌ ଭର୍ସନ ସହ ଲଞ୍ଚ୍ କରିଛି ଅଷ୍ଟର ୨୦୨୫ ଏସ୍‌ୟୁଭି(Astor 2025)। ଯାହାର ଏକ୍ସ-ସୋରୁମ୍ ମୂଲ୍ୟ ୯,୯୯,୮୦୦ ଟଙ୍କା ରହିଛି। ମିଡ୍ ସାଇଡ୍ ଏସ୍‌ୟୁଭି ସେଗ୍‌ମେଣ୍ଟରେ ଏମ୍‌ଡି ଆଷ୍ଟର ହ୍ୟୁଣ୍ଡାଇ କ୍ରେଟା, କିଆ ସେଲଟସ, ମାରୁତୀ ସୁଜୁକୀ ଗ୍ରାଣ୍ଡ ଭିଟାରା, ଟୟୋଟା ଅର୍ବାନ୍ କ୍ରୁଜର୍ ହାଇରାଇଡର୍, ଟାଟା କର୍ଭଭ, ହୋଣ୍ଡା ଏଲିଭେଟ, ସ୍କୋଡା କୁଶାକ ଏବଂ ଭୋକ୍ସୱାଗନ୍ ତାଇଗୁନକୁ ଟକ୍କର ଦେବ। 

ଆଷ୍ଟର ୨୦୨୫ର ସାଇନ୍ ଭାରିଆଣ୍ଟରେ ଏକ ପାନୋରାମିକ୍ ସନରୁଫ୍ ଦିଆଯାଇଛି,ଯାହ ଏହି ସେଗମେଣ୍ଟରେ ସବୁଠାରୁ ସୁଲଭ ମୂଲ୍ୟରେ ମିଳୁଛି। ଏଥିରେ ଏବେ ଛଅଟି ସ୍ପିକର୍ ମଧ୍ୟ ଅଛି। ସିଲେକ୍ଟ ଭାରିଆଣ୍ଟରେ ଛଅଟି ଏୟାରବ୍ୟାଗ୍ ଏବଂ ଆଇଭରି ଲେଦର ସିଟ୍ ରହିଛି। ଏମ୍‌ଜି ଆଷ୍ଟରରେ ଦୁଇଟି ଇଞ୍ଜିନ୍ ବିକଳ୍ପ ଅଛି -୧.୫-ଲିଟର ଏନ୍‌ଏ ପେଟ୍ରୋଲ୍ (୧୧୦ପିଏସ ଏବଂ ୧୪୪ଏନଏମ୍) ଏବଂ ୧.୪-ଲିଟର ଟର୍ବୋ ପେଟ୍ରୋଲ୍ (୧୪୦ପିଏସ୍ ଏବଂ ୨୨୦Nm) ଇଞ୍ଜିନ ଦିଆଯାଇଛି।NA ପେଟ୍ରୋଲ୍ ୟୁନିଟ୍ ୫-ସ୍ପିଡ୍ ଏମ୍‌ଟି ଏବଂ CVT ଚଏସ ସୁବିଧା ଅପସନ ରହିଛି। ସେହିପରି ଟର୍ବୋ ପେଟ୍ରୋଲ୍ ୟୁନିଟ୍‌ରେ କେବଳ ୬-ସ୍ପିଡ୍ AT ରହିଛି।

ଏହି କାର୍‌ଟି  ସ୍ପ୍ରିଣ୍ଟ, ସାଇନ୍, ସିଲେକ୍ଟ, ଶାର୍ପ ପ୍ରୋ ଏବଂ ସାଭି ପ୍ରୋ ଭାରିଆଣ୍ଟରେ ଲଞ୍ଚ ହୋଇଛି। ଏମ୍‌ଜି ଆଷ୍ଟରର ମୂଲ୍ୟ (ଏକ୍ସ-ଶୋରୁମ୍) ମୂଲ୍ୟ ୧୦ରୁ ୧୫ ଲକ୍ଷ ଟଙ୍କା ଭିତରେ ରହିଛି। 

ଆଷ୍ଟର ୨୦୨୫ର ଟପ୍‌ ଭ୍ୟାରିଏଣ୍ଟରେ ଫ୍ରଣ୍ଟ-ରୋ ଭେଣ୍ଟିଲେଟେଡ୍ ସିଟ୍, ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ, ଅଟୋ-ଡିମିଂ IRVM, i-ସ୍ମାର୍ଟ ୨.୦ ଆଦି ୮୦ ରୁ ଅଧିକ କନେକ୍ଟେଡ୍ ଫିଚର, ଜିଓ ଭଏସ୍ ରେକଗ୍ନିସନ୍ ସିଷ୍ଟମ୍, ଡିଜିଟାଲ୍ କୀ, ପର୍ସୋନାଲ ଏଆଇ ଆସିଷ୍ଟାଣ୍ଟ, ୧୪ ADAS ଲେବଲ୍ ୨,୫୦ ସୁରକ୍ଷାଫିଚର ଏବଂ ପାନୋରାମିକ୍ ସନରୁଫ୍ ଆଦି ଦିଆଯାଇଛି।