ଗ୍ୟାଙ୍ଗଷ୍ଟର କାଲା ଜଠେରି ଏବଂ ଲେଡି ଡନ୍ ଅନୁରାଧା କରିବେ ବିବାହ, ଜଗିବେ ୧୫୦-୨୦୦ ପୋଲିସ କର୍ମୀ
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜଠେରି ନିଜ ପ୍ରେମିକା ଅନୁରାଧାଙ୍କୁ ବିବାହ କରିବ । ଅନୁରାଧା ଅପରାଧ ଜଗତରେ ଲେଡି ଡନ୍ ଏବଂ ରିଭଲଭର ରାଣୀ ନାଁ ପରିଚିତ । ବିବାହ ପାଇଁ କାଲା ଜଠେରିକୁ ଦିଲ୍ଲୀର ଦ୍ୱାରକା କୋର୍ଟରୁ କଷ୍ଟଡି ପାରୋଲ ମିଳିଛି । ଅତିରିକ୍ତ ସେସନ ଜଜ୍ ଦୀପକ ୱାସନଙ୍କ କୋର୍ଟ ଅଧିକାରୀଙ୍କୁ ମାର୍ଚ୍ଚ ୧୨ ସକାଳ ୧୦ଟାରୁ ସଂଧ୍ୟା ଚାରିଟା ଯାଏ କାଲା ଜଠେରିକୁ ବିବାହ ପାଇଁ ଜେଲରୁ ହେପାଜତରେ ନେବା ପାଇଁ କହିଛନ୍ତି ।ସୁରକ୍ଷାକୁ ଦୃଷ୍ଟିରେ ରଖି ଆୟୋଜନ ସ୍ଥଳରେ ପ୍ରାୟ ୧୫୦ରୁ ୨୦୦ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ବିବାହ ସମାରୋହ ଦ୍ୱାରକା ଅଞ୍ଚଳର ଏକ ମଣ୍ଡପରେ ମାର୍ଚ୍ଚ ୧୨ ସକାଳ ୧୦ରୁ ୪ଟା ମଧ୍ୟରେ ହେବ । ସରକାରୀ ସୂତ୍ର ଅନୁସାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ସ୍ୱାଟ୍ ଟିମ୍, ଥାର୍ଡ ବାଟାଲିୟାନ, ସ୍ପେଶାଲ ଷ୍ଟାଫ୍ ଏବଂ ସ୍ଥାନୀୟ ପୋଲିସଙ୍କ ଗୋଟିଏ ଟିମ୍ ମୁତୟନ ରହିବେ । ଏହାସହ ସୁରଷା ପାଇଁ ମଣ୍ଡପ ମାଲିକଙ୍କୁ ପୂରା ପରିସରରେ ସିସିଟିଭି ଲଗାଇବା ପାଇଁ କୁହାଯାଇଛି ।ପଢନ୍ତୁ: ଏକତରଫା ପ୍ରେମରୁ ମାଲିକାଣୀକୁ ହତ୍ୟା : ଅଭିଯୁକ୍ତକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସକୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେରି ବର୍ତ୍ତମାନ ଦିଲ୍ଲୀର ତିହାଡ ଜେଲରେ ବନ୍ଦୀ ଅଛି । ଏହା ବିରୋଧରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ୩୦ରୁ ଅଧିକ ମାମଲା ରୁଜୁ ଅଛି । ଏଥିରେ ହତ୍ୟା, ଦାଦାବଟି, ହ
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜଠେରି ନିଜ ପ୍ରେମିକା ଅନୁରାଧାଙ୍କୁ ବିବାହ କରିବ । ଅନୁରାଧା ଅପରାଧ ଜଗତରେ ଲେଡି ଡନ୍ ଏବଂ ରିଭଲଭର ରାଣୀ ନାଁ ପରିଚିତ । ବିବାହ ପାଇଁ କାଲା ଜଠେରିକୁ ଦିଲ୍ଲୀର ଦ୍ୱାରକା କୋର୍ଟରୁ କଷ୍ଟଡି ପାରୋଲ ମିଳିଛି । ଅତିରିକ୍ତ ସେସନ ଜଜ୍ ଦୀପକ ୱାସନଙ୍କ କୋର୍ଟ ଅଧିକାରୀଙ୍କୁ ମାର୍ଚ୍ଚ ୧୨ ସକାଳ ୧୦ଟାରୁ ସଂଧ୍ୟା ଚାରିଟା ଯାଏ କାଲା ଜଠେରିକୁ ବିବାହ ପାଇଁ ଜେଲରୁ ହେପାଜତରେ ନେବା ପାଇଁ କହିଛନ୍ତି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଆୟୋଜନ ସ୍ଥଳରେ ପ୍ରାୟ ୧୫୦ରୁ ୨୦୦ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ବିବାହ ସମାରୋହ ଦ୍ୱାରକା ଅଞ୍ଚଳର ଏକ ମଣ୍ଡପରେ ମାର୍ଚ୍ଚ ୧୨ ସକାଳ ୧୦ରୁ ୪ଟା ମଧ୍ୟରେ ହେବ । ସରକାରୀ ସୂତ୍ର ଅନୁସାରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ସ୍ୱାଟ୍ ଟିମ୍, ଥାର୍ଡ ବାଟାଲିୟାନ, ସ୍ପେଶାଲ ଷ୍ଟାଫ୍ ଏବଂ ସ୍ଥାନୀୟ ପୋଲିସଙ୍କ ଗୋଟିଏ ଟିମ୍ ମୁତୟନ ରହିବେ । ଏହାସହ ସୁରଷା ପାଇଁ ମଣ୍ଡପ ମାଲିକଙ୍କୁ ପୂରା ପରିସରରେ ସିସିଟିଭି ଲଗାଇବା ପାଇଁ କୁହାଯାଇଛି ।
ପଢନ୍ତୁ: ଏକତରଫା ପ୍ରେମରୁ ମାଲିକାଣୀକୁ ହତ୍ୟା : ଅଭିଯୁକ୍ତକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ
କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜଠେରି ବର୍ତ୍ତମାନ ଦିଲ୍ଲୀର ତିହାଡ ଜେଲରେ ବନ୍ଦୀ ଅଛି । ଏହା ବିରୋଧରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନରେ ୩୦ରୁ ଅଧିକ ମାମଲା ରୁଜୁ ଅଛି । ଏଥିରେ ହତ୍ୟା, ଦାଦାବଟି, ହତ୍ୟା ଉଦ୍ୟମ ଆଦି ସାମିଲ ରହିଛି । କାଲା ଜଠେରିକୁ ୨୦୨୧ ଜୁଲାଇ ୩୦ରେ ଉତ୍ତର ପ୍ରଦେଶର ସହାରନପୁରରୁ ଗିରଫ କରାଯାଇଥିଲା । ଏହା ଉପରେ ଦିଲ୍ଲୀ ପୋଲିସ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ ଲାଗାଇଛି ।