ଆପରନ ଲଗାଇ ଝୁଲିପଡିଲେ ଯୁବକ, ହତ୍ୟା ପରେ ଟାଙ୍ଗି ଦେଇଥିବା ସନ୍ଦେହ

ସୋର ୨୬/୦୪: ସିକନ୍ଦରାବାଦରେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ବେକରେ ଆପରନ ସହ ବ୍ଲାଉଜ ପିନ୍ଧି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋରରୁ ଯାଇ ସିକନ୍ଦରାବାଦରେ ଏକ ହୋଟେଲରେ କାମ କରୁଥିବା ଜଣେ ଓଡ଼ିଆ ଯୁବକ ଆତ୍ମହତ୍ୟା ଘଟଣା ସନ୍ଦେହ ସୃଷ୍ଟି କରିଛି । ହୋଟେଲ ତରଫରୁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଯୁବକ ଜଣକ ମରିବା ପୂର୍ବରୁ ଏକ ବ୍ଲାଉଜ ପିନ୍ଧି ବେକରେ ଆପ୍ରନ ବାନ୍ଧି ଏକ ନୂଆଣିଆ ଟେପ୍‌ରେ ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟି କରିଛି । ତାଙ୍କୁ କେହି ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି । ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗି ଗ୍ରାମର ଗଣେଶ ଶଙ୍ଖୁଆ ଦୀର୍ଘ ବର୍ଷ ଧରି ସିକନ୍ଦରାବାଦରେ ଏକ ଘରୋଇ ହୋଟେଲରେ କାମ କରୁଥିଲେ । ଗତ ମଙ୍ଗଳବାର ରାତିରେ ହୋଟେଲର ଏକ ପାଇଖାନା ଘରେ ବେକରେ ଆପ୍ରନ ଲଗାଇ ଝୁଲିପଡିଥିବା ହୋଟେଲର ମାଲିକ ଦେଖି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ଗଣେଶଙ୍କ ପରିବାର ଲୋକେ ଖବର ପାଇ ସୋର ଥାନାରେ ଦ୍ୱାରସ୍ଥ ହେବା ସହିତ ଗଣେଶଙ୍କ ମୃତଦେହକୁ ଫେରାଇ ଆଣିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଆପରନ ଲଗାଇ ଝୁଲିପଡିଲେ ଯୁବକ, ହତ୍ୟା ପରେ ଟାଙ୍ଗି ଦେଇଥିବା ସନ୍ଦେହ

ସୋର ୨୬/୦୪: ସିକନ୍ଦରାବାଦରେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ବେକରେ ଆପରନ ସହ ବ୍ଲାଉଜ ପିନ୍ଧି ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋରରୁ ଯାଇ ସିକନ୍ଦରାବାଦରେ ଏକ ହୋଟେଲରେ କାମ କରୁଥିବା ଜଣେ ଓଡ଼ିଆ ଯୁବକ ଆତ୍ମହତ୍ୟା ଘଟଣା ସନ୍ଦେହ ସୃଷ୍ଟି କରିଛି । 

ହୋଟେଲ ତରଫରୁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଯୁବକ ଜଣକ ମରିବା ପୂର୍ବରୁ ଏକ ବ୍ଲାଉଜ ପିନ୍ଧି ବେକରେ ଆପ୍ରନ ବାନ୍ଧି ଏକ ନୂଆଣିଆ ଟେପ୍‌ରେ ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟି କରିଛି । ତାଙ୍କୁ କେହି ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି । 

ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗି ଗ୍ରାମର ଗଣେଶ ଶଙ୍ଖୁଆ ଦୀର୍ଘ ବର୍ଷ ଧରି ସିକନ୍ଦରାବାଦରେ ଏକ ଘରୋଇ ହୋଟେଲରେ କାମ କରୁଥିଲେ । ଗତ ମଙ୍ଗଳବାର ରାତିରେ ହୋଟେଲର ଏକ ପାଇଖାନା ଘରେ ବେକରେ ଆପ୍ରନ ଲଗାଇ ଝୁଲିପଡିଥିବା ହୋଟେଲର ମାଲିକ ଦେଖି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । 

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ଗଣେଶଙ୍କ ପରିବାର ଲୋକେ ଖବର ପାଇ ସୋର ଥାନାରେ ଦ୍ୱାରସ୍ଥ ହେବା ସହିତ ଗଣେଶଙ୍କ ମୃତଦେହକୁ ଫେରାଇ ଆଣିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।