ମଦ ପିଇ, ଫୋନ୍‌ରେ କଥାହୋଇ ଚଲାଇଲେ ଗାଡ଼ି, ୩ ଲକ୍ଷରୁ ଅଧିକ ଟଙ୍କାର ଫାଇନ୍ ଲଗାଇଲା RTO

ଭଦ୍ରକ ୨୮।୧୨: ବେଆଇନ ଗାଡ଼ି ଚାଳନା ଓ ନିୟମ ଉଲଙ୍ଘନ ପାଇଁ କଟିଲା ଚାଲାଣ । ଗାଡ଼ି ଜବତ ସହ ମାମଲା ରୁଜୁ କଲେ ଆଞ୍ଚଳିକ ପରିବହନ ଅଧିକାରୀ । ୫ଟି ଗାଡ଼ି ଜବତ ହୋଇଥିବା ବେଳେ ୧୩ଟି ଗାଡ଼ି ନାଁରେ ମାମଲା ରୁଜୁ ହୋଇଛି । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବାମଦେବ ସାହୁଙ୍କ ତତ୍ତ୍ଵାବଧାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଇଣ୍ଟରସେପ୍ଟରରେ ଯାଞ୍ଚ କରାଯାଉଥିଲା । ପୋଲିସ ସହ ମିଳିତ ଯାଞ୍ଚ ବେଳେ ସମୁଦାୟ ୩ ଲକ୍ଷ ୧୨ ହଜାର ୫ ଶହ ୪୦ ଟଙ୍କାର ଚାଲାଣ କରାଯାଇଛି । ୧୩ଟି ଗାଡ଼ି ବିରୋଧରେ ମାମଲା କରାଯାଇଥିବା ବେଳେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ସହ ଅନ୍ୟାନ୍ୟ କାରଣ ପାଇଁ ୩ଟି ଟ୍ରାକ୍ଟର ଓ ଗୋଟିଏ ଚିପ୍ସ ବୋଝେଇ ଟିପ୍ପରକୁ ଜବତ କରିଛି ପରିବହନ ବିଭାଗ । ଦୁଇଟି କେସ୍‌ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ପାଇଁ ମଧ୍ୟ କେସ୍‌ କରାଯାଇଥିବା ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ସୂଚନା ଦେଇଛି ।You Can Read:ମଣ୍ଡି ଅବ୍ୟବସ୍ଥା ନେଇ ରାଜରାସ୍ତାରେ ଚାଷୀ, ଧାନ ବସ୍ତା ରଖି ରାସ୍ତାରୋକ

ମଦ ପିଇ, ଫୋନ୍‌ରେ କଥାହୋଇ ଚଲାଇଲେ ଗାଡ଼ି, ୩ ଲକ୍ଷରୁ ଅଧିକ ଟଙ୍କାର ଫାଇନ୍ ଲଗାଇଲା RTO

ଭଦ୍ରକ ୨୮।୧୨: ବେଆଇନ ଗାଡ଼ି ଚାଳନା ଓ ନିୟମ ଉଲଙ୍ଘନ ପାଇଁ କଟିଲା ଚାଲାଣ । ଗାଡ଼ି ଜବତ ସହ ମାମଲା ରୁଜୁ କଲେ ଆଞ୍ଚଳିକ ପରିବହନ ଅଧିକାରୀ । ୫ଟି ଗାଡ଼ି ଜବତ ହୋଇଥିବା ବେଳେ ୧୩ଟି ଗାଡ଼ି ନାଁରେ ମାମଲା ରୁଜୁ ହୋଇଛି । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବାମଦେବ ସାହୁଙ୍କ ତତ୍ତ୍ଵାବଧାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଇଣ୍ଟରସେପ୍ଟରରେ ଯାଞ୍ଚ କରାଯାଉଥିଲା । ପୋଲିସ ସହ ମିଳିତ ଯାଞ୍ଚ ବେଳେ ସମୁଦାୟ ୩ ଲକ୍ଷ ୧୨ ହଜାର ୫ ଶହ ୪୦ ଟଙ୍କାର ଚାଲାଣ କରାଯାଇଛି । ୧୩ଟି ଗାଡ଼ି ବିରୋଧରେ ମାମଲା କରାଯାଇଥିବା ବେଳେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ସହ ଅନ୍ୟାନ୍ୟ କାରଣ ପାଇଁ ୩ଟି ଟ୍ରାକ୍ଟର ଓ ଗୋଟିଏ ଚିପ୍ସ ବୋଝେଇ ଟିପ୍ପରକୁ ଜବତ କରିଛି ପରିବହନ ବିଭାଗ । ଦୁଇଟି କେସ୍‌ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର ପାଇଁ ମଧ୍ୟ କେସ୍‌ କରାଯାଇଥିବା ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ସୂଚନା ଦେଇଛି ।

You Can Read:

ମଣ୍ଡି ଅବ୍ୟବସ୍ଥା ନେଇ ରାଜରାସ୍ତାରେ ଚାଷୀ, ଧାନ ବସ୍ତା ରଖି ରାସ୍ତାରୋକ