ଜୁଲାଇ ପହିଲାରୁ ସବୁ ସୋମବାର ସାଧାରଣ ଅଭିଯୋଗ ଶୁଣାଣି, ପୋର୍ଟାଲରେ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ସୋମବାରଠାରୁ ସବୁ ଜିଲ୍ଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ । ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ ।ସରକାରଙ୍କ ଆଦେଶ ଅନୁସାରେ ଜନ ଶୁଣାଣି ଲାଗି ଆସିଥିବା ସମସ୍ତ ଅଭିଯୋଗର ରେକର୍ଡ ରଖାଯିବ । ସମସ୍ତ ଅଭିଯୋଗକୁ ଜନ ଶୁଣାଣି ପୋର୍ଟାଲରେ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ଆତିରିକ୍ତ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ, ସବୁ ବିଭାଗ, ବିଭାଗ ମୁଖ୍ୟ, ସବୁ ଜିଲ୍ଲାପଳ ଏବଂ ଏସପିଙ୍କୁ ଚିଠି ଲେଖିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଯୋଗୁଁ ଗତ କିଛି ମାସ ହେଲା ଜନ ଶୁଣାଣି ବନ୍ଦ ଥିଲା । ଏବେ ଏହାକୁ ପୁଣି ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ପହିଲାରୁ ସବୁ ସୋମବାର ସାଧାରଣ ଅଭିଯୋଗ ଶୁଣାଣି, ପୋର୍ଟାଲରେ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ସୋମବାରଠାରୁ ସବୁ ଜିଲ୍ଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ । ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ ।

ସରକାରଙ୍କ ଆଦେଶ ଅନୁସାରେ ଜନ ଶୁଣାଣି ଲାଗି ଆସିଥିବା ସମସ୍ତ ଅଭିଯୋଗର ରେକର୍ଡ ରଖାଯିବ । ସମସ୍ତ ଅଭିଯୋଗକୁ ଜନ ଶୁଣାଣି ପୋର୍ଟାଲରେ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ଆତିରିକ୍ତ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ, ସବୁ ବିଭାଗ, ବିଭାଗ ମୁଖ୍ୟ, ସବୁ ଜିଲ୍ଲାପଳ ଏବଂ ଏସପିଙ୍କୁ ଚିଠି ଲେଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଯୋଗୁଁ ଗତ କିଛି ମାସ ହେଲା ଜନ ଶୁଣାଣି ବନ୍ଦ ଥିଲା । ଏବେ ଏହାକୁ ପୁଣି ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।