ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ପରେ ହଷ୍ଟେଲରେ ପହଁଚିଲେ ଅଭିଭାବକ। ଆଉ ବିଳମ୍ବିତ ରାତିରେ ସାଙ୍ଗରେ ନେଇ ଗଲେ ନିଜ ପିଲାଙ୍କୁ। ସୂଚନାଥାଉ କି, ଗତକାଲି ଉଦଳା ଅନଷୋ ହଷ୍ଟେଲରେ ରହୁଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲର ତୃତୀୟ ମହଲା ବାଲକୋନୀରୁ ମିଳିଥିଲା। ଯାହାକୁ ନେଇ ପୋଲିସ […] The post ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ appeared first on Dharitri Odia News.

ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ପରେ ହଷ୍ଟେଲରେ ପହଁଚିଲେ ଅଭିଭାବକ। ଆଉ ବିଳମ୍ବିତ ରାତିରେ ସାଙ୍ଗରେ ନେଇ ଗଲେ ନିଜ ପିଲାଙ୍କୁ।

ସୂଚନାଥାଉ କି, ଗତକାଲି ଉଦଳା ଅନଷୋ ହଷ୍ଟେଲରେ ରହୁଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲର ତୃତୀୟ ମହଲା ବାଲକୋନୀରୁ ମିଳିଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ କରିଥିଲା। ଛାତ୍ରୀ ତନ୍ମୟୀ ମୁର୍ମୁଙ୍କ ମୃତ୍ୟୁର କାରଣ ଖୋଜା ଚାଲିଥିବାବେଳେ ଛାତ୍ରୀ ମୃତ୍ୟୁ ଖବର ପାଇ ଅନ୍ୟ ଛାତ୍ରୀଙ୍କ ଅଭିଭାବକ ହଷ୍ଟେଲରେ ଆସି ପହଞ୍ଚିଥିଲେ । ବିଳମ୍ବିତ ରାତିରେ ହଷ୍ଟେଲରେ ପହଞ୍ଚି ନିଜ ପିଲାଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଅଭିଭାବକ। ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହିତ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲାର ଅଭିଯୋଗ ଆଣିଛନ୍ତି ଅଭିଭାବକ। ହଷ୍ଟେଲରେ ୧୭୦ ଛାତ୍ରୀ ରହୁଥିବାବେଳେ ଅର୍ଦ୍ଧାଧିକ ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଛନ୍ତି। ତେବେ ଏବେ ବି ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣା ଖବର ପାଇ ଉଦଳା ବିଧାୟକ ଭାସ୍କର ମଢେଇ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି।

The post ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ appeared first on Dharitri Odia News.