୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ,୧୧।୮: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେ ମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଗତବର୍ଷ ତୁଳନାରେ ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗଳବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି। ଫଳସ୍ୱରୂପ, ଦେଶର ୭୪% ସହରାଞ୍ଚଳର ଲୋକ ବର୍ତ୍ତମାନର ଆୟ ସହିତ ମାସିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ନିକଟରେ ପଲ୍ସ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ମେ […] The post ୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ appeared first on Dharitri Odia News.

୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ,୧୧।୮: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେ ମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଗତବର୍ଷ ତୁଳନାରେ ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗଳବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି। ଫଳସ୍ୱରୂପ, ଦେଶର ୭୪% ସହରାଞ୍ଚଳର ଲୋକ ବର୍ତ୍ତମାନର ଆୟ ସହିତ ମାସିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

ନିକଟରେ ପଲ୍ସ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ମେ ୨୦୨୩ ରୁ ଏହି ଧାରା ବୃଦ୍ଧି ପାଇଛି। ଯେଉଁଥିରେ ଦେଶର ୬୦% ଲୋକେ ତୀବ୍ର ଆର୍ଥିକ ସମସ୍ୟା ଦେଇ ଗତି କକରୁଥିବା ଖୁଲାସା ହୋଇଛି।

ବର୍ତ୍ତମାନ ରୋଜଗାର ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶ୍ୟକ ଖର୍ଚ୍ଚ ହ୍ରାସ କରିଛନ୍ତି, ସେହିପରି ୪୦ ପ୍ରତିଶତ ସେମାନଙ୍କ ପରିଚିତ ବ୍ୟକ୍ତିଙ୍କଠାରୁ ଋଣ ବା ଉଧାରୀ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପ୍ରାୟ ୧୦ ପ୍ରତିଶତ ଲୋକ ସେମାନଙ୍କର ଆୟ ବଢାଇବା ପାଇଁ ପାର୍ଟ ଟାଇମ୍ ଚାକିରି କରିବା ଆରମ୍ଭ କରିଛନ୍ତି।

ପାଖାପାଖି ୨୪୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ପାକିସ୍ତାନରେ ହୋଇଥିବା ସର୍ଭେରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଯେଉଁମାନେ ସେମାନଙ୍କ ଖର୍ଚ୍ଚ ବହନ କରିବାକୁ ସଂଘର୍ଷ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ, ୫୬ ପ୍ରତିଶତ ଲୋକ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପରେ କୌଣସି ଅର୍ଥ ସଞ୍ଚୟ କରିବାରେ ଅସମର୍ଥ।

ଜୁଲାଇରୁ ଅଗଷ୍ଟ ମଧ୍ୟରେ ପଲ୍ସ କନ୍ସଲଟାଣ୍ଟ ଦ୍ୱାରା କରାଯାଇଥିବା ଏକ ଟେଲିଫୋନିକ୍ ସର୍ଭେ ଉପରେ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଅନୁସନ୍ଧାନ ପାକିସ୍ତାନର ୧୧ ଟି ବଡ ସହରର ୧୧୧୦ ରୁ ଅଧିକ ଉତ୍ତରଦାତାଙ୍କୁ ସାମିଲ କରାଯାଇଥିଲା।

The post ୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ appeared first on Dharitri Odia News.