ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜୀବନ ହାରିଲେ ସ୍ୱାମୀ
କୋରାପୁଟ ,୧୧।୧: ଏକ ଦୁଃଖଦ ଘଟଣାରେ ଗୁରୁବାର ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଆପଦର ଗ୍ରାମରେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ଜିନୁ ପରଜା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ପରିଜା ବୋଲି ପରିଚୟ ମିଳିଛି। କୌଣସି କାରଣକୁ କେନ୍ଦ୍ରକରି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଝଗଡ଼ାରେ ମ୍ରିୟମାଣ ରୁକ୍ମିଣୀ ଘର ଭିତରେ ଫାଶି ଦେଇ ଝୁଲି ପଡ଼ିଥିଲେ। ରୁକ୍ମିଣୀଙ୍କ ମୃତ୍ୟୁ ପରେ ଜିନୁ ନିଜର ଭାରସଯମ […] The post ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜୀବନ ହାରିଲେ ସ୍ୱାମୀ appeared first on Dharitri Odia News.
କୋରାପୁଟ ,୧୧।୧: ଏକ ଦୁଃଖଦ ଘଟଣାରେ ଗୁରୁବାର ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିଆପଦର ଗ୍ରାମରେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ଜିନୁ ପରଜା ଏବଂ ତାଙ୍କ ପତ୍ନୀ ରୁକ୍ମିଣୀ ପରିଜା ବୋଲି ପରିଚୟ ମିଳିଛି। କୌଣସି କାରଣକୁ କେନ୍ଦ୍ରକରି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଝଗଡ଼ାରେ ମ୍ରିୟମାଣ ରୁକ୍ମିଣୀ ଘର ଭିତରେ ଫାଶି ଦେଇ ଝୁଲି ପଡ଼ିଥିଲେ। ରୁକ୍ମିଣୀଙ୍କ ମୃତ୍ୟୁ ପରେ ଜିନୁ ନିଜର ଭାରସଯମ ହରାଇ ବାଡ଼ିପଟ ଗଛରେ ଫାଶି ଲଗାଇ ଦେଇଥିଲେ।
ସୂଚନା ପାଇବା ପରେ ବୋଇପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଦୁଃଖଦ ଘଟଣା ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି। ପିତାମାତାଙ୍କ ଆତ୍ମହତ୍ୟା ପରେ ମୃତ ଦମ୍ପତିଙ୍କ ତିନି ପୁଅଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ହୋଇଯାଇଛି।
The post ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଜୀବନ ହାରିଲେ ସ୍ୱାମୀ appeared first on Dharitri Odia News.