ଏହି ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା
ଭଦ୍ରକ,୩୦ା୭: ଭଦ୍ରକ ଜିଲାର ୪ ବ୍ଲକରେ ଆଜି ଅର୍ଥାତ୍ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ପାଇଁ ଏହି ଛୁଟି ଘୋଷଣା କରାଯାଇଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ […] The post ଏହି ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା appeared first on Dharitri Odia News.
ଭଦ୍ରକ,୩୦ା୭: ଭଦ୍ରକ ଜିଲାର ୪ ବ୍ଲକରେ ଆଜି ଅର୍ଥାତ୍ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।
ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ କଟକ ଆଦି ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ସେହିପରି ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲାକୁ ବଜ୍ରପାତ ଭୟ ରହିଛି। ଗୁରୁବାର ପର୍ଯ୍ୟନ୍ତ ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଅଗଷ୍ଟ ୫ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ଥିବାବେଳେ କୌଣସି ଓ୍ବାର୍ନିଂ ଜାରି କରାଯାଇନାହିଁ। ମଙ୍ଗଳବାର ଟିଟିଲାଗଡ଼ରେ ସର୍ବାଧିକ ୩୯.୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୩୭.୪ ମିମି, ନୂଆପଡ଼ାରେ ୨୩.୦ ମିମି, ବଲାଙ୍ଗୀରରେ ୨୨.୨ ମିମି, ଖୋର୍ଦ୍ଧାରେ ୧୨.୦ ମିମି, ଛତ୍ରପୁର ଓ ବାଲେଶ୍ୱରରେ ୧୦.୬ ମିମି ଲେଖାଏ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
The post ଏହି ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା appeared first on Dharitri Odia News.