ମେଧା ପାଟକର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୪ା୫: କୋର୍ଟ ମେଧା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନାଙ୍କ ତରଫରୁ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ ପିଟିଶନରେ ମେଧାଙ୍କୁ ସାକେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୩ରେ ସମାଜସେବୀ ମେଧା ପାଟକର ‘ନର୍ମଦା ବଚାଓ ଆନ୍ଦୋଳନ’ରେ ସକ୍ରିୟ ଥିଲେ। ସେହି ସମୟରେ ଭି.କେ ସାକ୍ସେନା ନ୍ୟାଶନାଲ […] The post ମେଧା ପାଟକର ଦୋଷୀ ସାବ୍ୟସ୍ତ appeared first on Dharitri Odia News.

ମେଧା ପାଟକର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୪ା୫: କୋର୍ଟ ମେଧା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନାଙ୍କ ତରଫରୁ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା। ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କ ପିଟିଶନରେ ମେଧାଙ୍କୁ ସାକେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୩ରେ ସମାଜସେବୀ ମେଧା ପାଟକର ‘ନର୍ମଦା ବଚାଓ ଆନ୍ଦୋଳନ’ରେ ସକ୍ରିୟ ଥିଲେ। ସେହି ସମୟରେ ଭି.କେ ସାକ୍ସେନା ନ୍ୟାଶନାଲ କାଉନସିଲ ଫର୍‌ ସିଭିଲ ଲିବର୍ଟିସରେ ସକ୍ରିୟ ଥିଲେ। ସେତେବେଳେ ସେ ମେଧାଙ୍କ ଆନ୍ଦୋଳନକୁ ଦୃଢ଼ ବିରୋଧ କରିଥିଲେ। ମାନହାନି ହେବାର ପ୍ରଥମ ମାମଲା ଏହା ସହିତ ଜଡ଼ିତ। ନର୍ମଦା ବଚାଓ ଆନ୍ଦୋଳନ ବିରୋଧରେ ବିଜ୍ଞାପନ ସମ୍ପର୍କରେ ମେଧା ଭି.କେ ସାକ୍ସେନାଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଥିଲେ। ସାକ୍ସେନା ଅପମାନଜନକ ବିବୃତ୍ତି ଦେଇ ମେଧାଙ୍କ ବିରୋଧରେ ଦୁଇଟି ମାନାହାନି ମାମଲା ଦାୟର କରିଥିଲେ।

The post ମେଧା ପାଟକର ଦୋଷୀ ସାବ୍ୟସ୍ତ appeared first on Dharitri Odia News.