ମାର୍ଚ୍ଚ ପାଇଁ ଜିଲାପାଳ,ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ପ୍ରକାଶ
କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମାର୍ଚ୍ଚ ପାଇଁ ଜିଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୪ ତାରିଖ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ଠାରେ,୧୧ତାରିଖ ସୋମବାର ଝୁମ୍ପୁରା ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ୧୮ ତାରିଖ ସୋମବାର ତେଲକୋଇ ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ବିହିତ ପଦକ୍ଷେପ […] The post ମାର୍ଚ୍ଚ ପାଇଁ ଜିଲାପାଳ,ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ପ୍ରକାଶ appeared first on Dharitri Odia News.
କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମାର୍ଚ୍ଚ ପାଇଁ ଜିଲାପାଳ ଓ ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୪ ତାରିଖ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ଠାରେ,୧୧ତାରିଖ ସୋମବାର ଝୁମ୍ପୁରା ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ୧୮ ତାରିଖ ସୋମବାର ତେଲକୋଇ ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ଜିିଲାପାଳ ବିଶାଲ ସିଂହ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏତଦ୍ବ୍ୟତୀତ କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣି ସ୍ଥାନରେ ଚିକିତ୍ସା, ଜାତୀୟ ସ୍ବାସ୍ଥ୍ୟ ମିଶନ, ଶ୍ରମ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜଳଛାୟା, ଯୋଗାଣ ବିଭାଗ ତରଫରୁ ସଚେତନତା ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା
The post ମାର୍ଚ୍ଚ ପାଇଁ ଜିଲାପାଳ,ଏସ୍ପିଙ୍କ ମିଳିତ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ପ୍ରକାଶ appeared first on Dharitri Odia News.