୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ

ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି ଲୋକଙ୍କ ପାଖରେ ୯୩୩୦ କୋଟି ଟଙ୍କା ମୂଲ୍ୟର ନୋଟ ଅଛି। ମୋଟ ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ଆରବିଆଇ ମୋଟ ୯୭.୩୮ ପ୍ରତିଶତ ନୋଟ ଫେରସ୍ତ କରିବାରେ ସକ୍ଷମ ହୋଇଛି। ମେ ୧୯, […] The post ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ appeared first on Dharitri Odia News.

୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ

ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଏକ ବଡ଼ ଅପଡେଟ୍‌ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି ଲୋକଙ୍କ ପାଖରେ ୯୩୩୦ କୋଟି ଟଙ୍କା ମୂଲ୍ୟର ନୋଟ ଅଛି। ମୋଟ ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ଆରବିଆଇ ମୋଟ ୯୭.୩୮ ପ୍ରତିଶତ ନୋଟ ଫେରସ୍ତ କରିବାରେ ସକ୍ଷମ ହୋଇଛି।
ମେ ୧୯, ୨୦୨୩ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ଅଚଳ ହେବା ନେଇ ଘୋଷଣା କରିଥିଲା। ସେହି ସମୟରେ ବଜାରରେ ୨ ହଜାର ନୋଟ ମୋଟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଡିସେମ୍ବର ୨୯, ୨୦୨୩ ସୁଦ୍ଧା ମାତ୍ର ୯,୩୩୦ କୋଟି ଟଙ୍କାକୁ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସମୁଦାୟ ୨.୬୨ ପ୍ରତିଶତ ନୋଟ ଏବେ ସର୍କୁଲେଶନରେ ଅଛି। ଆରବିଆଇ ଦ୍ୱାରା ଏହି ସଂଖ୍ୟା ପ୍ରକାଶ ପାଇଛି।
ଗ୍ରାହକଙ୍କ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କ ଅକ୍ଟୋବର ୮, ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ଡାକଘରେ ୨ ହଜାର ଟଙ୍କିଆ ନୋଟ ବିନିମୟ କରିବାର ସୁବିଧା ଦେଇଥିଲା। ଏହା ପରେ ମଧ୍ୟ, ଯଦି ଆପଣ ନୋଟ ବିନିମୟ କରିବାରେ ବିଫଳ ହୋଇଛନ୍ତି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ରିଜର୍ଭ ବ୍ୟାଙ୍କର ୧୯ଟି କାର୍ଯ୍ୟାଳୟକୁ ଯାଇ ନୋଟ ପରିବର୍ତ୍ତନ କରିପାରିବେ। ଆରବିଆଇ କାର୍ଯ୍ୟାଳୟ ନୂଆଦିଲ୍ଲୀ, ପାଟନା, ଲକ୍ଷ୍ନୌ, ମୁମ୍ବାଇ, ଭୋପାଳ, ଜୟପୁର, ଚଣ୍ଡିଗଡ଼, ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, ଜମ୍ମୁ, କାନପୁର, କୋଲକାତା, ଥିରୁଭାନନ୍ତପୁରମ ଏବଂ ନାଗପୁରରେ ନୋଟ ବିନିମୟ କରିବାର ସୁବିଧା ଉପଲବ୍ଧ ହେଉଛି। ଏହା ବ୍ୟତୀତ ଆପଣ ନିଜ ଘର ନିକଟସ୍ଥ ଯେକୌଣସି ଡାକଘରକୁ ଯାଇ ପୋଷ୍ଟ ମାଧ୍ୟମରେ ନୋଟ ବିନିମୟ କରିପାରିବେ।

The post ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଆର୍‌ବିଆଇ appeared first on Dharitri Odia News.