କଶ୍ମୀର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଶ୍ରୀନଗର,୯।୪:ନିକଟରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଓ୍ବକ୍ଫ ସଂଶୋଧନ ଆଇନ, ୨୦୨୫ ଉପରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅବଦୁଲ ରହିମ ରାଠେର ଅନୁମତି ଦେଇ ନ ଥିବାରୁ ତାଙ୍କ ବିରୋଧରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଏବଂ ପିପୁଲ୍ସ କନ୍ଫରେନ୍ସ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ବାଚସ୍ପତିଙ୍କ ବହିଷ୍କାର ଦାବିକରି ପିପୁଲ୍ସ କନ୍ଫରେନ୍ସ ଅଧ୍ୟକ୍ଷ ତଥା ବିଧାୟକ ସାଜଦ ଗନି ଲୋନ୍ ଏବଂ ପିଡିପି ବିଧାୟକ ମିର୍ ମହମ୍ମଦ ଫୟେଜ ଓ ରଫିକ ଅହମଦ ନାଏକ […] The post କଶ୍ମୀର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.
ଶ୍ରୀନଗର,୯।୪:ନିକଟରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଓ୍ବକ୍ଫ ସଂଶୋଧନ ଆଇନ, ୨୦୨୫ ଉପରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅବଦୁଲ ରହିମ ରାଠେର ଅନୁମତି ଦେଇ ନ ଥିବାରୁ ତାଙ୍କ ବିରୋଧରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଏବଂ ପିପୁଲ୍ସ କନ୍ଫରେନ୍ସ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ବାଚସ୍ପତିଙ୍କ ବହିଷ୍କାର ଦାବିକରି ପିପୁଲ୍ସ କନ୍ଫରେନ୍ସ ଅଧ୍ୟକ୍ଷ ତଥା ବିଧାୟକ ସାଜଦ ଗନି ଲୋନ୍ ଏବଂ ପିଡିପି ବିଧାୟକ ମିର୍ ମହମ୍ମଦ ଫୟେଜ ଓ ରଫିକ ଅହମଦ ନାଏକ ରୁଲ୍ ୨୧୫(ଏ) ଅନୁଯାୟୀ, ଅନାସ୍ଥା ନୋଟିସ୍ ଦେଇଛନ୍ତି। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଅନୁମତି ନ ଦେବା ସମେତ ବିଭିନ୍ନ କାର୍ଯ୍ୟକୁ ନେଇ ବାଚସ୍ପତି ଗୃହରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବାଚସ୍ପତିଙ୍କ ଏଭଳି ବ୍ୟବହାର ଗଣତାନ୍ତ୍ରିକ ସିଦ୍ଧାନ୍ତ ଏବଂ ବିଧାନସଭା ପରିଚାଳନା ପ୍ରକ୍ରିୟାର ଅବମାନନା କରୁଥିବା ଅନାସ୍ଥା ନୋଟିସ୍ରେ କୁହାଯାଇଛି। ଓ୍ବକ୍ଫ ସଂଶୋଧନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାରୁ ତାହା ଅଦାଲତଙ୍କ ବିଚାରାଧୀନ ରହିଛି। ତେଣୁ ଜମ୍ମୁ-କଶ୍ମୀର ବିଧାନସଭାରେ ଏହା ଉପରେ ଆଲୋଚନା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ତାଙ୍କର ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ ସମେତ ସରକାରୀ ଦଳର ସଦସ୍ୟମାନେ ମଧ୍ୟ ପ୍ରତିବାଦ ଜଣାଇଥିଲେ।
The post କଶ୍ମୀର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Dharitri Odia News.