BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ ଲୋକେ ଶସ୍ତା ପ୍ଲାନ୍‌ ଖୋଜୁଛନ୍ତି । ଏଥିପାଇଁ ଲୋକେ ଏବେ ବିଏସ୍‌ଏନ୍‌ଏଲ୍‌ ମୁହାଁ ହେଉଛନ୍ତି। ଜିଓରୁ ବିଏସ୍‌ଏନ୍‌ଏଲ୍‌କୁ ସିମ୍‌ ପରିବର୍ତ୍ତନ କରୁଛନ୍ତି । ଏହାରି ମଧ୍ୟରେ ଜିଓ ଏହାର କୋଟିକୋଟି ଗ୍ରାହକଙ୍କ ପାଇଁ ବଡ଼ […] The post BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌ appeared first on Dharitri Odia News.

BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ ଲୋକେ ଶସ୍ତା ପ୍ଲାନ୍‌ ଖୋଜୁଛନ୍ତି । ଏଥିପାଇଁ ଲୋକେ ଏବେ ବିଏସ୍‌ଏନ୍‌ଏଲ୍‌ ମୁହାଁ ହେଉଛନ୍ତି। ଜିଓରୁ ବିଏସ୍‌ଏନ୍‌ଏଲ୍‌କୁ ସିମ୍‌ ପରିବର୍ତ୍ତନ କରୁଛନ୍ତି । ଏହାରି ମଧ୍ୟରେ ଜିଓ ଏହାର କୋଟିକୋଟି ଗ୍ରାହକଙ୍କ ପାଇଁ ବଡ଼ ଅଫର ସହିତ ଶସ୍ତା ରିଚାର୍ଜ ପ୍ଲାନ୍‌ ଆଣିବାକୁ ଯାଉଛି।

ବିଏସ୍‌ଏନ୍‌ଏଲ୍‌ର ଶସ୍ତା ରିଚାର୍ଜ ପ୍ଲାନ୍‌କୁ ଜିଓର ଏହି ପ୍ଲାନ୍‌ ଟକ୍କର ଦେବ । ଏହି ପ୍ଲାନ୍‌ରେ ବ୍ୟବହାରକାରୀ ଅସିମୀତ ୫ଜି ଡାଟା ପାଇବେ । ଏହି ଡାଟା ପାଇଁ ୩୫୦ ଟଙ୍କାରୁ ମଧ୍ୟ କମ୍‌ ରିଚାର୍ଜ କରିବାକୁ ପଡ଼ିବ । ୩୪୯ ଟଙ୍କା ରିଚାର୍ଜରେ ବ୍ୟବହାରକାରୀଙ୍କୁ ୨୮ ଦିନର ଭାଲିଡିଟି ମିଳିବ । କମ୍ପାନୀ ପ୍ଲାନ୍‌ ଅନୁସାରେ ୨୮ ଦିନ ପର୍ଯ୍ୟନ୍ତ ଅସିମୀତ କଲ୍‌ ଏବଂ ୫୬ ଜିବି ୫ଜି ଡାଟା ମିଳିବ ଅର୍ଥାତ ପ୍ରତ୍ୟେକ ଦିନ ୨ ଜିବି ଡାଟା ମିଳିବ । ଏଥିସହିତ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଟି ଏସ୍‌ଏମ୍‌ଏସ୍‌ ମଧ୍ୟ ମାଗଣା ମିଳିବ ।

The post BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌ appeared first on Dharitri Odia News.