ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ

ପୁରୀ,୧୨।୪: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ଏଭଳି ଅନେକ ଖବର ସମ୍ନୋକୁ ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ। ୧୪ ତାରିଖରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପଡୁଥିବାବେଳେ ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ ଦ୍ୱାର ଫିଟା ସମୟରେ ଓ […] The post ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ appeared first on Dharitri Odia News.

ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ

ପୁରୀ,୧୨।୪: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ନିକଟ ଅତୀତରେ ଏଭଳି ଅନେକ ଖବର ସମ୍ନୋକୁ ଆସିଛି। ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ।

୧୪ ତାରିଖରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପଡୁଥିବାବେଳେ ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ସକାଳେ ଦ୍ୱାର ଫିଟା ସମୟରେ ଓ ସଂଧ୍ୟାା ଆରତି ବେଳେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ୱାର ସମ୍ମୁଖରେ ମୁତୟନ ହେବେ। ପରବର୍ତ୍ତୀ ସମୟରେ ପୂରା ଦିନରୁ ରାତି ପର୍ଯ୍ୟନ୍ତ ପ୍ରତିହାରୀ ସେବାୟତମାନଙ୍କୁ ମୁତୟନ କରାଯିବ।

The post ଅଣହିନ୍ଦୁ ପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନଙ୍କ ପଦକ୍ଷେପ, ଦ୍ୱାର ଜଗିବେ ସେବାୟତ appeared first on Dharitri Odia News.