ବର୍ଷା ପାଣିରେ ବୁଡିଲା ଅମଳ ଧାନ

ଛତ୍ରପୁର,୨୧ା୧୨(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ଗତ ୩ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପକ୍ଷରେ ଅମଳ ହୋଇଥିବା ଧାନ ବର୍ଷା ପାଣିରେ ବୁଡି ରହିଛି । କେଉଁଠି ଧାନ କଟା ହୋଇନି ତ ଆଉ କେଉଁଠି ଧାନକଟା ହୋଇ ବିଲରେ ପଡିଛି । ପାଣିରେ ବୁଡି ଥିବାରୁ ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଛି । ଦିନକ ପରେ ଅର୍ଥାତ୍‌ […] The post ବର୍ଷା ପାଣିରେ ବୁଡିଲା ଅମଳ ଧାନ appeared first on Dharitri Odia News.

ବର୍ଷା ପାଣିରେ ବୁଡିଲା ଅମଳ ଧାନ

ଛତ୍ରପୁର,୨୧ା୧୨(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ଗତ ୩ଦିନ ହେଲା ଅଦିନିଆ ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପକ୍ଷରେ ଅମଳ ହୋଇଥିବା ଧାନ ବର୍ଷା ପାଣିରେ ବୁଡି ରହିଛି । କେଉଁଠି ଧାନ କଟା ହୋଇନି ତ ଆଉ କେଉଁଠି ଧାନକଟା ହୋଇ ବିଲରେ ପଡିଛି । ପାଣିରେ ବୁଡି ଥିବାରୁ ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଛି ।

ଦିନକ ପରେ ଅର୍ଥାତ୍‌ ୨୩ ତାରିଖରୁ ଜିଲାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ବର୍ଷ ଜିଲାରେ ଭଲ ଧାନ ହୋଇଥିଲା। ଏଥିସହ ସରକାର ଇନପୁଟ ସବସିଡି ବୃଦ୍ଧି କରିଥିବାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ବିକ୍ରି କରି କିଛି ଲାଭବାନ ହେବ ବୋଲି ଚାଷୀକୂଳ ଆଶା ରଖିଥିଲା। ତେବେ ଏହି ଆଶା ମଉଳିବା ଆଶଙ୍କା ଦେଖାଦେଲାଣି । ବର୍ତ୍ତମାନ ଜମିରେ ବର୍ଷା ପାଣି ଜମିଛି। ଧାନ କଳେଇ ଗୁଡିକରେ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି। ପୁଣି ଜିଲାରେ ସମ୍ପୂର୍ଣ୍ଣ ଧାନ କଟା ହୋଇନି । ଜମି କାଦୁଆ ରହିଛି । ଜମି ଶୁଖିଲା ପରେ ଯାଇ ଧାନ କଟାଯାଇପାରିବ। ଯାହାକି ୭ ଦିନ ସମୟ ଦରକାର । ସେତବେଳେକୁ ଧାନ କେଣ୍ଡା ଗୁଡିକ ଝଡି ତଳେ ପଡିଯିବ। ଯାହାକୁ କି ସଂଗ୍ରହ କରିବା ଚାଷୀ ପାଇଁ କଷ୍ଟକର ହୋଇପଡିବ । ଶୀତ ଦିନରେ ଅଦିନିଆ ବର୍ଷା ଯୋଗୁ ଧାନ ଫସଲ ଜିଲାରେ ବ୍ୟାପକ ନଷ୍ଟ ହେବାର ଆଶଙ୍କା ଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ଜିଲାର ୧ ଲକ୍ଷ ୪୬ ହଜାର ଜଣ ଚାଷୀ ଖରିଫ ଧାନ ସରକାରୀ ସଂସ୍ଥାକୁ ବିକ୍ରି କରିବା ପାଇଁ ଆଗୁଆ ପଞ୍ଜୀକୃତ ହୋଇଛନ୍ତି। ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ଅଦିନିଆ ବର୍ଷା ଧାନ ଫସଲ ଉପରେ ଦାଉ ସାଧିଛି ।

The post ବର୍ଷା ପାଣିରେ ବୁଡିଲା ଅମଳ ଧାନ appeared first on Dharitri Odia News.