ଗୌରବ ଅର୍ଜନ କଲେ ଗୁରୁ-ଶିଷ୍ୟ ଯୋଡ଼ି: ରାଜ୍ୟସ୍ତରରେ ପୁରସ୍କୃତ

ଥୁଆମୂଳ ରାମପୁର, ୨୬।୫(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କଳାକାର ରାଜ୍ୟସ୍ତରରେ ପୁରସ୍କୃତ ହୋଇ ନିଜ ବ୍ଲକ ଓ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଥିବା ଜଣାପଡିଛି। ୨୨ ତାରିଖ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ, ଖୋର୍ଦ୍ଧା ତରଫରୁ ଆୟୋଜିତ ୧୧ ତମ ଚଳଚ୍ଚିତ୍ର ପୁରସ୍କାର ବା କବି କଳାକାର ମହାକୁମ୍ଭ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ତଥା ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ସଦର […] The post ଗୌରବ ଅର୍ଜନ କଲେ ଗୁରୁ-ଶିଷ୍ୟ ଯୋଡ଼ି: ରାଜ୍ୟସ୍ତରରେ ପୁରସ୍କୃତ appeared first on Dharitri Odia News.

ଗୌରବ ଅର୍ଜନ କଲେ ଗୁରୁ-ଶିଷ୍ୟ ଯୋଡ଼ି: ରାଜ୍ୟସ୍ତରରେ ପୁରସ୍କୃତ

ଥୁଆମୂଳ ରାମପୁର, ୨୬।୫(ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କଳାକାର ରାଜ୍ୟସ୍ତରରେ ପୁରସ୍କୃତ ହୋଇ ନିଜ ବ୍ଲକ ଓ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଅର୍ଜନ କରିଥିବା ଜଣାପଡିଛି। ୨୨ ତାରିଖ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ, ଖୋର୍ଦ୍ଧା ତରଫରୁ ଆୟୋଜିତ ୧୧ ତମ ଚଳଚ୍ଚିତ୍ର ପୁରସ୍କାର ବା କବି କଳାକାର ମହାକୁମ୍ଭ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ତଥା ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଥୁଆମୂଳ ରାମପୁର ସଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଗତ ଜାନୁଆରୀରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଅବସରରେ ଏହି ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷଣ ହୋଇଥିବା ଲୋକନୃତ୍ୟ ଓ ଲୋକବାଦ୍ୟକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ସୋସିଆଲ ମିଡିଆ ମାଧ୍ୟମରେ ଦେଖି ଏହି କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ତଥା ନୃତ୍ୟଗୁରୁ ଅଜିତ କୁମାର ଦୁର୍ଗାଙ୍କୁ ‘କଳାନୀଧି ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା ଓ ପ୍ରଧାନ ଶିକ୍ଷକ ନାଗେଶର ନାଏକ ତଥା ଛାତ୍ରୀଛାତ୍ରୀଙ୍କୁ ‘ଉତ୍କଳ ନୃତ୍ୟ ମଞ୍ଜରୀ’ ସମ୍ମାନ ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ ସମ୍ପାଦକ ଡ.ପୂର୍ଣ୍ଣଚନ୍ଦ୍ର ବେହେରା, ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ସଭାପତି ଦେବକାନ୍ତ ମିଶ୍ର (ବବି), ପୂର୍ବତନ ସଭାପତି ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

The post ଗୌରବ ଅର୍ଜନ କଲେ ଗୁରୁ-ଶିଷ୍ୟ ଯୋଡ଼ି: ରାଜ୍ୟସ୍ତରରେ ପୁରସ୍କୃତ appeared first on Dharitri Odia News.