ଋଷ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ,ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ମସ୍କୋ : ରୁଷର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ। ଟାଇଣ୍ଡା ଏୟାରପୋର୍ଟର କିଛି କିଲୋମିଟର ଦୂର ଅମୁର ଅଞ୍ଚଳରେ ବିମାନଟି କ୍ରାସ୍ ହୋଇଯାଇଛି। ଏଥିରେ ସମସ୍ତ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ଵଂସାବଶେଷ ଠାବ ହୋଇଛି। ଅବତରଣ ବେଳେ ତ୍ରୁଟି ଯୋଗୁଁ ପ୍ଲେନ୍ କ୍ରାସ୍ ହୋଇଥିବା ଅନୁମାନ କରାଯାଉଛି। ସୂଚନାନୁଯାୟୀ, ଗୁରୁବାର ଦିନ ଅଙ୍ଗାରା ଏୟାରଲାଇନ୍ସର ଆଣ୍ଟୋନୋଭ ଆନ-24 […]

ମସ୍କୋ : ରୁଷର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ। ଟାଇଣ୍ଡା ଏୟାରପୋର୍ଟର କିଛି କିଲୋମିଟର ଦୂର ଅମୁର ଅଞ୍ଚଳରେ ବିମାନଟି କ୍ରାସ୍ ହୋଇଯାଇଛି। ଏଥିରେ ସମସ୍ତ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଟାଇଣ୍ଡା ବିମାନ ବନ୍ଦର ଠାରୁ ୧୬ କିଲୋମିଟର ଦୂର ଏକ ପାହାଡ଼ିଆ ଅଞ୍ଚଳରୁ ବିମାନର ଧ୍ଵଂସାବଶେଷ ଠାବ ହୋଇଛି। ଅବତରଣ ବେଳେ ତ୍ରୁଟି ଯୋଗୁଁ ପ୍ଲେନ୍ କ୍ରାସ୍ ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଗୁରୁବାର ଦିନ ଅଙ୍ଗାରା ଏୟାରଲାଇନ୍ସର ଆଣ୍ଟୋନୋଭ ଆନ-24 ଯାତ୍ରୀବାହୀ ବିମାନ ଅମୁର ଅଞ୍ଚଳର ଟାଇଣ୍ଡା ଅଭିମୁଖେ ଯାଉଥିଲା। ବିମାନରେ ୪୩ ଜଣ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଥିଲେ। ତେବେ ଟାଇଣ୍ଡାଠାରୁ ୧୬ କିଲୋମିଟର ଦୂର ଚୀନ ସୀମାରେ ବିମାନ ସହ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ବିମାନ ଚାଳକଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ଏହାପରେ ଶେଷ ଲୋକେସନ ଥିବା ଅଞ୍ଚଳରେ ବିମାନକୁ ଖୋଜିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ବିମାନକୁ ଠାବ କରିବାକୁ ଉଦ୍ୟମ ହୋଇଥିଲା। ଶେଷରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ପଛର କାରଣ ଜଣାପଡ଼ି ନାହିଁ।