ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍ସା
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ ଭେଟିଛନ୍ତି। ଏହି ସମୟରେ ଲିନ୍ସାଙ୍କ ସହ ତାଙ୍କ ଗ୍ରାମର ଅନ୍ୟ ଭଦ୍ର ଲୋକ ଉପସ୍ଥିତ ଥିଲେ। ସେ ନିଜ ଗାଁ ଉକ୍ତ ପଞ୍ଚାୟତ ଗର୍ଜେଡି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ଓ ଆବଶ୍ୟକ କଲଭେଟ ନିର୍ମାଣ କରିବାକୁ ଲିଖିତ ଭାବେ ନିବେଦନ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତାର ପଦ୍ମପଲିଠାରୁ ଗର୍ଜେଡିକୁ […] The post ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍ସା appeared first on Dharitri Odia News.
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ ଭେଟିଛନ୍ତି। ଏହି ସମୟରେ ଲିନ୍ସାଙ୍କ ସହ ତାଙ୍କ ଗ୍ରାମର ଅନ୍ୟ ଭଦ୍ର ଲୋକ ଉପସ୍ଥିତ ଥିଲେ। ସେ ନିଜ ଗାଁ ଉକ୍ତ ପଞ୍ଚାୟତ ଗର୍ଜେଡି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ଓ ଆବଶ୍ୟକ କଲଭେଟ ନିର୍ମାଣ କରିବାକୁ ଲିଖିତ ଭାବେ ନିବେଦନ କରିଛନ୍ତି। ପୂର୍ତ୍ତ ବିଭାଗ ରାସ୍ତାର ପଦ୍ମପଲିଠାରୁ ଗର୍ଜେଡିକୁ ପକ୍କା ରାସ୍ତା ନିର୍ମାଣ କରାଯିବାକୁ ଦାବି କରିଛନ୍ତି। ବିଡ଼ିଓ ମଧ୍ୟ ଏଥିରେ ସହମତି ପ୍ରକାଶ କରିବା ସହ ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ପାତ୍ରଙ୍କୁ ମଧ୍ୟ ଲିନ୍ସା ଦେଖାକରି ଗାଁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି।
ପ୍ରକାଶ ଯେ, ଲିନ୍ସା ଡାକ୍ତରୀ ପଢିବା ପାଇଁ ନିଟ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ଲିନ୍ସାଙ୍କ ଏକ ସାକ୍ଷାତରେ ଉପ ନିଜ ଗ୍ରାମ ସମ୍ପର୍କରେ ପଚାରି ବୁଝିଥିଲେ। ସେହି ସମୟରେ ଲିନ୍ସା ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗ୍ରାମ ଗର୍ଜେଡିକୁ ପକ୍କା ରାସ୍ତା ନିର୍ମାଣ ପାଇଁ ନିବେଦନ କରିଥିଲେ।
The post ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍ସା appeared first on Dharitri Odia News.