ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର ଘୋଷଣା କରିଛନ୍ତି। ମୋଟ ୯୦.୩୯ ପ୍ରତିଶତ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ଝିଅମାନେ ପୁଅମାନଙ୍କୁ ପଛରେ ପକାଇଛନ୍ତି। ଚଳିତ ବର୍ଷ ମୋଟ ୯୧% ଛାତ୍ରୀ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୯.୭୦% ଛାତ୍ର ପାସ କରିଛନ୍ତି। ଛାତ୍ରୀଛାତ୍ର ସେମାନଙ୍କର ରେଜଲ୍ଟ ଅଫିସିଆଲ ଓ୍ବେବ୍‌ସାଇଟ jacresults.com ମାଧ୍ୟମରେ […] The post ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ appeared first on Dharitri Odia News.

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର ଘୋଷଣା କରିଛନ୍ତି। ମୋଟ ୯୦.୩୯ ପ୍ରତିଶତ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ଝିଅମାନେ ପୁଅମାନଙ୍କୁ ପଛରେ ପକାଇଛନ୍ତି। ଚଳିତ ବର୍ଷ ମୋଟ ୯୧% ଛାତ୍ରୀ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୯.୭୦% ଛାତ୍ର ପାସ କରିଛନ୍ତି। ଛାତ୍ରୀଛାତ୍ର ସେମାନଙ୍କର ରେଜଲ୍ଟ ଅଫିସିଆଲ ଓ୍ବେବ୍‌ସାଇଟ jacresults.com ମାଧ୍ୟମରେ ସେମାନଙ୍କର ରୋଲ କୋଡ୍‌ ଏବଂ ରୋଲ ନମ୍ବର ବ୍ୟବହାର କରି ତୁରନ୍ତ ଯାଞ୍ଚ କରିପାରିବେ। ଯଦି କୌଣସି ଛାତ୍ର ଅନଲାଇନ ପରୀକ୍ଷା ଯାଞ୍ଚ କରିବାରେ ଅସମର୍ଥ, ସେମାନେ ଏହାକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଯାଞ୍ଚ କରିପାରିବେ।

The post ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ appeared first on Dharitri Odia News.