ଲାକ୍ଷାଦ୍ୱୀପ-ମାଳଦ୍ୱୀପ ବିବାଦ; ସ୍ୱର ଉଠାଇଲେ ସେଲିବ୍ରିଟି

ଅକ୍ଷୟ କୁମାର, ସଲମାନ ଖାନଙ୍କଠାରୁ ଆରମ୍ଭ କରି କ୍ରିକେଟର ସଚିନ ତେନ୍ଦନ୍ଦୁଲକର ମଧ୍ୟ #ExploreIndianIslands ଲେଖି ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଲାକ୍ଷାଦ୍ୱୀପ-ମାଳଦ୍ୱୀପ ବିବାଦ; ସ୍ୱର ଉଠାଇଲେ ସେଲିବ୍ରିଟି

ଲାକ୍ଷାଦ୍ୱୀପ-ମାଳଦ୍ୱୀପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ସ୍ୱର ଉଠାଇଲେ ବଲିଉଡ କଳାକାର। ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀ ପରେ ଆଗକୁ ଆସିଛନ୍ତି ବଲିଉଡ୍ କଳାକାର। ମାଳଦ୍ୱୀପ ତୁଳନାରେ ଲାକ୍ଷାଦ୍ୱୀପ କୁ ପ୍ରଶଂସା କରିବା ସହ ଭାରତର ଭ୍ରମଣ ସ୍ଥାନକୁ ଲୋକଲୋଚନକୁ ଆଣିବା ପାଇଁ ବଲିଉଡ କଳାକାରମାନେ ଆହ୍ୱାନ କରିଛନ୍ତି।

ଅକ୍ଷୟ କୁମାର, ସଲମାନ ଖାନଙ୍କଠାରୁ ଆରମ୍ଭ କରି କ୍ରିକେଟର ସଚିନ ତେନ୍ଦନ୍ଦୁଲକର ମଧ୍ୟ #ExploreIndianIslands ଲେଖି ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଅକ୍ଷୟ କୁମାର ଏକ୍ସ ପୋଷ୍ଟରେ କହିଛନ୍ତି, "ମାଳଦ୍ୱୀପର ବିଶିଷ୍ଟ ଜନପ୍ରତିନିଧି ଭାରତ ଉପରେ ଘୃଣ୍ୟ ତଥା ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ସେମାନେ ସେହି ଦେଶ ପ୍ରତି ଏପରି ବ୍ୟବହାର କରିଛନ୍ତି, ଯେଉଁ ଦେଶର ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ମାଳଦ୍ୱୀପକୁ ଯାଇଥାନ୍ତି। ଆମେ ଆମ ପଡ଼ୋଶୀ ଦେଶକୁ ଭଲ ପାଉ, କିନ୍ତୁ ଏପରି ଘୃଣାକୁ ପସନ୍ଦ କରୁନା। କାହିଁକି ଏପରି ମନ୍ତବ୍ୟକୁ ସହ୍ୟ କରିବୁ? ମୁଁ ଅନେକ ଥର ମାଳଦ୍ୱୀପ ବୁଲି ସାରିଛି, ସର୍ବଦା ପ୍ରଶଂସା ମଧ୍ୟ କରିଆସୁଛି, କିନ୍ତୁ ପ୍ରଥମେ ଆମ ସମ୍ମାନ। ଆସନ୍ତୁ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ବଢାଇବା #ExploreIndianIslands ।" 

ସେହିପରି ସଲମାନ ଖାନ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କୁ ଲାକ୍ଷାଦ୍ୱୀପ ଭଳି ସୁନ୍ଦର ଏବଂ ସ୍ୱଚ୍ଛ ବେଳାଭୂମିରେ ଦେଖି ଖୁବ୍ ଭଲ ଲଗିଲା। ସବୁଠୁ ବଡ କଥା ହେଉଛି କି, ଏହି ବେଳାଭୂମି ଆମ ଭାରତରେ ଅଛି।" 

ସେହିପରି କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତା ଜନ ଆବ୍ରାହମ ଏବଂ ଶ୍ରଦ୍ଧା କପୁର ମଧ୍ୟ ଲାକ୍ଷାଦ୍ୱୀପର ସୁନ୍ଦରତାକୁ ପ୍ରଶଂସା କରିଛନ୍ତି।